ଭୁବନେଶ୍ୱର: କେବଳ ବିମୁଦ୍ରାକରଣ ନୁହେଁ କଳାଧନ ରୋକିବା ପାଇଁ ଆଗକୁ ନିଆଯିବ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ କହିଛନ୍ତି। ଆଜି ନାଇଜରରେ ଆୟୋଜିତ ଇଣ୍ଡିଆନ୍ ଇକୋନମେଟ୍ରିକ୍ ସୋସାଇଟିର ବାର୍ଷିକ ଉତ୍ସବକୁ ଆସିବା ଅବସରରେ ସେ ଏହା କହିଛନ୍ତି।
ସେ କହିଛନ୍ତି,“ଆଗକୁ ଯେମିତି କଳାଧନ ଗଚ୍ଛିତ କରିନହେବ ସେଥିଲାଗି ନୀତି ଓ ଆଇନ୍ରେ ପରିବର୍ତ୍ତନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଟିକସ ବ୍ୟବସ୍ଥାରେ ସରଳୀକରଣ ସାଙ୍ଗକୁ କର୍ପୋରେଟ୍ ଟିକସକୁ ବ୍ୟବସ୍ଥିତ କରିବା ଲାଗି ଆଗାମୀ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ଏହା କଳାଧନ ଗଚ୍ଛିତକାରୀଙ୍କୁ ନିରୁତ୍ସାହିତ କରିବ।”
ଜିଡିପି ଉପରେ ବିମୁଦ୍ରାକରଣର ପ୍ରଭାବ, ଆର୍ଥିକ କାରବାର ଓ ଅନ୍ୟାନ ପ୍ରସଙ୍ଗରେ ମଧ୍ୟ ପାନାଗାରିଆ ମତ ରଖିଛନ୍ତି।