ଚଳିତ ବଜେଟ୍‌ରେ ଖର୍ଚ୍ଚ ସହ ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦିଆଯିବ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ରାଜସ୍ୱ ଆଦାୟ ଚିନ୍ତା ଘାରିଛି। ଗତବର୍ଷ ରାଜସ୍ୱ ଆଦାୟ କମ ହୋଇଥିବାରୁ ଏବର୍ଷ କେମିତି ଏହା ବୃଦ୍ଧି ପାଇବ ସେ ନେଇ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ବଜେଟରେ କେବଳ ଖର୍ଚ୍ଚ ନୁହେଁ ରାଜସ୍ୱ ଆଦାୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାସହ ଜିଏସ୍‌ଟି, ବିମୁଦ୍ରାକରଣ ଓ କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ଦେଖି ରାଜ୍ୟ ବଜେଟ୍‌ କରିବାକୁ ଲକ୍ଷ୍ୟ ରଖିଯାଇଥିବା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ନଭେମ୍ବର […]

budget

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 07:45 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ରାଜସ୍ୱ ଆଦାୟ ଚିନ୍ତା ଘାରିଛି। ଗତବର୍ଷ ରାଜସ୍ୱ ଆଦାୟ କମ ହୋଇଥିବାରୁ ଏବର୍ଷ କେମିତି ଏହା ବୃଦ୍ଧି ପାଇବ ସେ ନେଇ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ବଜେଟରେ କେବଳ ଖର୍ଚ୍ଚ ନୁହେଁ ରାଜସ୍ୱ ଆଦାୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାସହ ଜିଏସ୍‌ଟି, ବିମୁଦ୍ରାକରଣ ଓ କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ଦେଖି ରାଜ୍ୟ ବଜେଟ୍‌ କରିବାକୁ ଲକ୍ଷ୍ୟ ରଖିଯାଇଥିବା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।

ଚଳିତ ଆର୍ଥିକ ବର୍ଷର ନଭେମ୍ବର ଓ ଡିସେମ୍ବର ମାସରେ ନିଜସ୍ୱ ଟିକସ୍‌ କ୍ଷେତ୍ରରେ ରାଜସ୍ୱ ବୃଦ୍ଧି ପାଇନାହିଁ। ଅଣ ରାଜସ୍ୱ କ୍ଷେତ୍ରରେ ଟିକସ୍‌ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର ତଳେ ରହିଛି। ସହି ଦୃଷ୍ଟିରୁ ଖଣି, ଶିଳ୍ପ, ଜମିଜମା ରାଜସ୍ୱ ଓ ପ୍ରଫେସନାଲ ଟ୍ୟାକ୍ସ ଆଦାୟ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଡାକ୍ତର, ଓକିଲ ଓ ଚାର୍ଟାଡ ଆକାଉଣ୍ଟାଣ୍ଟଙ୍କଠାରୁ ଆରମ୍ଭ କରି ପ୍ରଫେସନାଲ ଟ୍ୟାକ୍ସ ଆଦାୟ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଯୋଜନା ଓ ଅଣ ଯୋଜନା କ୍ଷେତ୍ରକୁ ମିଶାଇ କେନ୍ଦ୍ରୀୟ ଢାଞ୍ଚାରେ ବଜେଟ୍‌ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥର ବଜେଟର ପରିମାଣ ୧ ଲକ୍ଷ କୋଟି ଟଙ୍କା ହେବାର ସମ୍ଭାବନା ରହିଛି। ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ବାବଦକୁ ୫୦୦୦ କୋଟି ଟଙ୍କାର ଅଧିକ ବୋଝ ରାଜ୍ୟ ସରକାରଙ୍କ ଉପରେ ପଡିବ।

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“କେନ୍ଦ୍ରୀୟ ବଜେଟ୍‌ ଆଗ ଆସୁଛି। କେନ୍ଦ୍ରୀୟ ବଜେଟ୍‌, ଜିଏସ୍‌ଟି ଓ ବିମୁଦ୍ରାକରଣ ପ୍ରଭାବକୁ ଅନୁଧ୍ୟାନ କରି ବଜେଟ୍‌ ପ୍ରସ୍ତୁତ କରାଯିବ।”

ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ବଜେଟ ଆଗତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।

Related story