ଓଡ଼ିଶା ଆଇଟି ପଲିସି-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଆଇଟି ପଲିସି-୨୦୨୨ରେ ଅନେକ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ଓଡ଼ିଶା ଆଇଟି ପଲିସି-୨୦୨୨କୁ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି […]

IT

IT

Jitendra Garnayak
  • Published: Tuesday, 19 July 2022
  • Updated: 19 July 2022, 05:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଆଇଟି ପଲିସି-୨୦୨୨ରେ ଅନେକ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ଓଡ଼ିଶା ଆଇଟି ପଲିସି-୨୦୨୨କୁ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଇଟି ପଲିସି-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଓଡ଼ିଶାକୁ ଦେଶର ଆଇଟି କ୍ଷେତ୍ର ପାଇଁ ପୁଞ୍ଜିନିବେଶର ଅଗ୍ରଣୀ ସ୍ଥଳୀ ଭାବେ ପରିଣତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଇଟି ଆଉଟସୋର୍ସିିଂରେ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ଆଇଟି ପଲିସିର ମୁଖ୍ୟ ଲକ୍ଷ୍ୟ । ଏଥିରେ ଆଇଟି ପାର୍କ ନିମନ୍ତେ ସ୍ଥାୟୀ ପୁଞ୍ଜିନିବେଶର ୨୫%(ସର୍ବାଧିକ ୨୦କୋଟି ଟଙ୍କା) ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଗ୍ରୀନଫିଲଡ ଆଇଟି ପାର୍କଗୁଡ଼ିକ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତପ୍ରତିଶତ ଛାଡ଼ କରାଯିବ । ଭିତ୍ତିଭୂମିରେ ସ୍ଥାୟୀ ନିବେଶର ୩୦% (ସର୍ବାଧିକ ୩କୋଟି ଟଙ୍କା ପର୍ଯ୍ୟନ୍ତ) ଯୋଗ୍ୟ ଆଇଟି ସଂସ୍ଥାଗୁଡ଼ିକୁ ରିହାତି ଯୋଗାଇ ଦିଆଯିବ । ଯେଉଁ ଆଇଟି ଶିଳ୍ପଦ୍ୟୋଗେୀ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣ କରି ଠିକ୍ ସମୟରେ ପରିଶୋଧ କରୁଥିବେ ସେମାନଙ୍କର ଋଣ ଉପରେ ବାର୍ଷିକ ୫% ସୁଧ ରିହାତି ଓ ସର୍ବାଧିକ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ପ୍ରଦାନ କରାଯିବ । ଆଇଟି ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ ୫ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲର ୩୦% (ସର୍ବାଧିକ ୩୫ଲକ୍ଷ ଟଙ୍କା) ରିହାତି ମିଳିବ । ଯେଉଁ ଆଇଟି ସଂସ୍ଥାମାନେ ଭଡ଼ାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତିମାସରେ ବର୍ଗଫୁଟ ପିଛା ୨୦ଟଙ୍କା ହିସାବରେ ସହାୟତା ଦିଆଯିବ । ଯାହା ସେମାନଙ୍କର ପ୍ରକୃତ ଭଡ଼ାର ୭୫%ରୁ ଅଧିକ ହେବନି । ସେହିପରି ମହିଳା, ଭିନ୍ନକ୍ଷମ, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀଙ୍କୁ (ସର୍ବାଧିକ ୫ଲକ୍ଷ ଟଙ୍କା) ଅତିରିକ୍ତ ୨୫% ସହାୟତା ଦିଆଯିବ । ଉଦ୍ୟୋଗୀମାନେ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଓ ଦ୍ୱିତୀୟ ଥର ପାଇଁ ୫୦% ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ ପାଇଁ ହେଉଥିବା ଖର୍ଚ୍ଚର ୧୦୦% ପ୍ରତିଶତ ପ୍ରୋତ୍ସାହନ ଆକାରରେ ଯୋଗାଇ ଦିଆଯିବ । ବିଡିଏ ଅଂଚଳରେ ବ୍ୟବସାୟ ସ୍ଥାପନ କରିଥିବା ଆଇଟି କମ୍ପାନୀଗୁଡ଼ିକୁ ୫ବର୍ଷ ପାଇଁ ଶତପ୍ରତିଶତ ନେଟ୍ ଜିଏସଟିକୁ ଭରଣା କରାଯିବ।

ମାନବସମ୍ବଳ ବିକାଶ ପାଇଁ ମଧ୍ୟ ଓଡ଼ିଶା ସରକାର ପ୍ରୋତ୍ସାହନ ଦେବେ । ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯକ୍ତି ନିମନ୍ତେ ପ୍ରତି ବ୍ୟକ୍ତିଙ୍କ ପାଇଁ ୧୦ହଜାର ଟଙ୍କା ସର୍ବାଧିକ ୧୦ ଲକ୍ଷ ଟଙ୍କା ଓ ପ୍ରତି ୟୁନିଟକୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି-ଜନଜାତି ଓ ଭିନ୍ନକ୍ଷମ କର୍ମଚାରୀଙ୍କ ପାଇଁ ଅତିରିକ୍ତ ୧୦୦୦ଟଙ୍କା ଯୋଗାଇ ଦିଆଯିବ । ଓଡ଼ିଆ କର୍ମଚାରୀଙ୍କ ଇପିଏଫ ଓ ଇଏସଆଇ ବ୍ୟବସ୍ଥାକୁ ଶତପ୍ରତିଶତ ଅର୍ଥ(ସର୍ବାଧିକ ୫କୋଟି) ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା ଅଛି । ସେହିପରି ଯୋଗ୍ୟ ଆଇଟି କମ୍ପାନୀଗୁଡ଼ିକୁ ଇଣ୍ଟରନେଟ୍ ସଂଯୋଗରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ୨ ବର୍ଷ ପାଇଁ, ବିଜୁ ଇନୋଭେସନ ଲ୍ୟାବର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ୫ବର୍ଷରେ ୨୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଓଡ଼ିଶାର ଇଞ୍ଜିନିୟରିଂ କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଏହି ପଲିସିରେ ବ୍ୟବସ୍ଥା ରହିଛି । ଏହି ଆଇଟି ପଲିସିର ଗେଜେଟ୍ ବିଜ୍ଞପ୍ତି ଜାରି ହେବା ତାରିଖରୁ ୫ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ ସେଭଳି ଏକ ଯୋଜନା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ତାହା ବଳବତ୍ତର ରହୁଥିଲା ।

ସେହିପରି ରାଜ୍ୟରେ ଗ୍ରାମାଂଚଳରେ ଇଂଟରନେଟ୍ ସ୍ପିଡ୍ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଉନ୍ନତମାନର ଟେଲିକମ୍ୟୁନିକେସନ ଭିତ୍ତିଭୂମି ଓ ନେଟୱାର୍କ ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ମୋବାଇଲ ଟାୱାର,( ଓଏଫସି) ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ ପ୍ରଣୟନ କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ ଟେଲିଗ୍ରାଫ ରାଇଟ୍ ଅଫ ୱେ ନିୟମ’ରେ ଭୂତଳ ଓ ଉର୍ଦ୍ଧ୍ୱ ଟେଲିଗ୍ରାଫ ଭିତ୍ତିଭୂମିର ସ୍ଥାପନ ପାଇଁ ୬୦ଦିନ ମଧ୍ୟରେ ଅନୁମତି ପ୍ରଦାନ ବାଧ୍ୟତାମୂଳକ, ଯାହା ରାଜ୍ୟ ସରକାରଙ୍କ ନୀତିରେ ବ୍ୟବସ୍ଥା ନଥିଲା । ତେଣୁ ଆଜି ରାଜ୍ୟ କ୍ୟାବିନେଟ୍ ଏହି ଓଡ଼ିଶା ମୋବାଇଲ ଟାୱାର, ଓଏଫସି ନୀତି-୨୦୧୭ରେ ସଂଶୋଧନକୁ ମଞ୍ଜୁର କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story