ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ ହେଲା ଇଣ୍ଟରନ୍ୟାସନାଲ ଏୟାର କାର୍ଗୋ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଆଜିଠାରୁ ଇଣ୍ଟରନ୍ୟାସନାଲ ଏୟାର କାର୍ଗୋ ସେବା ଆରମ୍ଭ ହୋଇଛି। ଏହାଦ୍ୱାରା ବ୍ୟବସାୟୀମାନେ ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ସାମଗ୍ରୀ ରପ୍ତାନୀ କରିପାରିବେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କାର୍ଗୋ ସେବାର ଶୁଭାରମ୍ଭ କରିଛନ୍ତି। ପାଢ଼ୀ କହିଛନ୍ତି,“କାର୍ଗୋ ସେବା ଦ୍ୱାରା ବିଦେଶକୁ ଓଡ଼ିଶାର ଦ୍ରବ୍ୟ ରପ୍ତାନୀ କରାଯିବ। ଏହା ଓଡ଼ିଶାର ରପ୍ତାନୀ ବୃଦ୍ଧିରେ ସହାୟକ ହେବ।” ସେ କହିଛନ୍ତି,“୨୦୦୩ ମସିହା ପର୍ଯ୍ୟନ୍ତ ଏହି ସେବା ଥିଲା। କୌଣସି କାରଣରୁ ଏହା ବନ୍ଦ ହୋଇଯାଇଥିଲା। […]

cargo

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 03:46 PM IST

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଆଜିଠାରୁ ଇଣ୍ଟରନ୍ୟାସନାଲ ଏୟାର କାର୍ଗୋ ସେବା ଆରମ୍ଭ ହୋଇଛି। ଏହାଦ୍ୱାରା ବ୍ୟବସାୟୀମାନେ ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ସାମଗ୍ରୀ ରପ୍ତାନୀ କରିପାରିବେ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କାର୍ଗୋ ସେବାର ଶୁଭାରମ୍ଭ କରିଛନ୍ତି। ପାଢ଼ୀ କହିଛନ୍ତି,“କାର୍ଗୋ ସେବା ଦ୍ୱାରା ବିଦେଶକୁ ଓଡ଼ିଶାର ଦ୍ରବ୍ୟ ରପ୍ତାନୀ କରାଯିବ। ଏହା ଓଡ଼ିଶାର ରପ୍ତାନୀ ବୃଦ୍ଧିରେ ସହାୟକ ହେବ।”

ସେ କହିଛନ୍ତି,“୨୦୦୩ ମସିହା ପର୍ଯ୍ୟନ୍ତ ଏହି ସେବା ଥିଲା। କୌଣସି କାରଣରୁ ଏହା ବନ୍ଦ ହୋଇଯାଇଥିଲା। ଏହାକୁ ଆଉ ଥରେ ଆରମ୍ଭ କରାଯାଇଛି। ଅତ୍ୟାଧୁନିକ ଢାଞ୍ଚାରେ ଏଠାରୁ ଦ୍ରବ୍ୟ ବିଦେଶକୁ ରପ୍ତାନୀ କରାଯିବ। ରପ୍ତାନୀକାରୀ ଭୁବନେଶ୍ୱରରୁ ସିଧାସଳଖ ବିଦେଶର ଯେ କୌଣସି ସ୍ଥାନକୁ ସାମଗ୍ରୀ ରପ୍ତାନୀ କରିବାକୁ ବୁକ୍‌ କରିପାରିବେ।”

ପ୍ରଥମ ପର୍ଯ୍ୟାୟରେ ମାଛ, ମସଲା ଓ ଲଘୁ ବନ୍ୟଜାତ ଦ୍ରବ୍ୟ ରପ୍ତାନୀ କରାଯିବ। ଏଥିପାଇଁ ବିମାନବନ୍ଦରରେ କଷ୍ଟମ ବିଭାଗ ପକ୍ଷରୁ ଆବଶ୍ୟକ ଭିତ୍ତିଭୁମିର ବ୍ୟବସ୍ଥା କରାଯାଇଛି।

୨୦୧୫-୧୬ ବର୍ଷରେ ଓଡ଼ିଶାରୁ ୨୦,୦୦୦ କୋଟି ଟଙ୍କାର ସାମଗ୍ରୀ ରପ୍ତାନୀ ହୋଇଥିବା ବେଳେ ୨୦୧୬-୧୭ ବର୍ଷର ପ୍ରଥମ ୬ ମାସରେ ୧୮,୦୦୦ କୋଟି ଟଙ୍କା ହୋଇଛି। ଭୁବନେଶ୍ୱରରୁ ବହୁ ସ୍ଥାନକୁ ବିମାନ ସେବା ଥିବାରୁ କାର୍ଗୋ ବ୍ୟବସ୍ଥା ଆରମ୍ଭ ହେଲେ ବ୍ୟବସାୟୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

Related story