କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ନୋଟ୍‌ ବଦଳ ବନ୍ଦକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

ଭୁବନେଶ୍ୱର: ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଅଚଳ ନୋଟ୍‌ ବଦଳ ଓ ଜମା ଉପରେ ଆର୍‌ବିଆଇ ଲଗାଇଥିବା କଟକଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି। ଆର୍‌ବିଆଇ ଏହି କଟକଣାକୁ ପୁନର୍ବିଚାର କରୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। କୃଷକଙ୍କୁ ଶସ୍ୟ ଋଣ […]

naveen

Rakesh Mallick
  • Published: Wednesday, 16 November 2016
  • , Updated: 17 November 2016, 07:08 AM IST

ଭୁବନେଶ୍ୱର: ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଅଚଳ ନୋଟ୍‌ ବଦଳ ଓ ଜମା ଉପରେ ଆର୍‌ବିଆଇ ଲଗାଇଥିବା କଟକଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି। ଆର୍‌ବିଆଇ ଏହି କଟକଣାକୁ ପୁନର୍ବିଚାର କରୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। କୃଷକଙ୍କୁ ଶସ୍ୟ ଋଣ ଯୋଗାଣ ଓ କିଷାନ କ୍ରେଡିଟ୍‌ କାର୍ଡ଼ ଯୋଜନାରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏପରିସ୍ଥଳେ ଏହି ବ୍ୟାଙ୍କ କାରବାର ଉପରେ କଟକଣା ଲଗାଯିବା ଦ୍ୱାରା ଚାଷୀ ପ୍ରଭାବିତ ହେବେ।

ସେହିପରି ଏବେ ଖରିଫ୍‌ ଧାନ ସଂଗ୍ରହ ଆରମ୍ଭ ହୋଇଛି। ରାଜ୍ୟ ସରକାର ଏହି ବ୍ୟାଙ୍କ ଜରିଆରେ ଧାନ ସଂଗ୍ରହ କରିଥାନ୍ତି। ତେବେ ପୁରୁଣା ନୋଟ୍‌ ବନ୍ଦ ଦ୍ୱାରା ରାଜ୍ୟରେ ଧାନ ସଂଗ୍ରହ ଗୁରୁତର ପ୍ରଭାବିତ ହେବା ସହ ଚାଷୀ କ୍ଷତିଗ୍ରସ୍ତ ହେବେ। ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ୨୦୦୦ ଓ ୧୦୦ ଟଙ୍କିଆ ନୋଟ୍‌ ପର୍ଯ୍ୟାପ୍ତ ଉପଲବ୍ଧ ହେଉ ନ ଥିବାରୁ ଚାଷ କ୍ଷେତ୍ରରେ ନିୟୋଜିତ କୃଷକଙ୍କୁ ମଜୁରି ଦେବାରେ ଅସୁବିଧା ହେଉଛି। ଏପରିସ୍ଥିତିରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆରବିଆଇକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

Related story