ଚନ୍ଦ୍ରଶେଖରନ୍‌ ଟାଟା ସନ୍ସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଟାଟା ସନ୍ସର ନୂଆ ଅଧ୍ୟକ୍ଷ ଭାବେ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ ନିଯୁକ୍ତି ପାଇଛନ୍ତି। ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ (ଟିସିଏସ୍‌)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଥିବା ୫୩ ବର୍ଷୀୟ  ଚନ୍ଦ୍ରଶେଖରନ୍ ଆସନ୍ତା ଫେବୃଆରୀ ୨୧ରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ। ୧୫୦ ବର୍ଷର ଏହି କଂପାନୀରେ ଚନ୍ଦ୍ରଶେଖରନ୍ ହେବେ ସପ୍ତମ ଅଧ୍ୟକ୍ଷ। ପୁଣି ଟାଟା ପରିବାରର ବାହାରେ ଦ୍ୱିତୀୟ ବ୍ୟକ୍ତି ଓ ପ୍ରଥମ ଅଣ ପାର୍ସୀ ବ୍ୟକ୍ତି ଭାବେ ସେ ଟାଟା ସନ୍ସର ଅଧ୍ୟକ୍ଷ ହେବେ। […]

Chandrasekharan

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 10:36 AM IST

ନୂଆଦିଲ୍ଲୀ: ଟାଟା ସନ୍ସର ନୂଆ ଅଧ୍ୟକ୍ଷ ଭାବେ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ ନିଯୁକ୍ତି ପାଇଛନ୍ତି। ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ (ଟିସିଏସ୍‌)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଥିବା ୫୩ ବର୍ଷୀୟ  ଚନ୍ଦ୍ରଶେଖରନ୍ ଆସନ୍ତା ଫେବୃଆରୀ ୨୧ରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ। ୧୫୦ ବର୍ଷର ଏହି କଂପାନୀରେ ଚନ୍ଦ୍ରଶେଖରନ୍ ହେବେ ସପ୍ତମ ଅଧ୍ୟକ୍ଷ। ପୁଣି ଟାଟା ପରିବାରର ବାହାରେ ଦ୍ୱିତୀୟ ବ୍ୟକ୍ତି ଓ ପ୍ରଥମ ଅଣ ପାର୍ସୀ ବ୍ୟକ୍ତି ଭାବେ ସେ ଟାଟା ସନ୍ସର ଅଧ୍ୟକ୍ଷ ହେବେ। ଟାଟା ସନ୍ସ ପକ୍ଷରୁ ନୂଆ ଅଧ୍ୟକ୍ଷ ବାଛିବା ପାଇଁ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଥିଲା।

ଗତ ଅକ୍ଟୋବରରେ ବିବାଦୀୟ ପରିସ୍ଥିତିରେ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ସାଇରସ୍‌ ମିସ୍ତ୍ରୀଙ୍କୁ ବହିଷ୍କାର କରାଯିବାର ୩ ମାସ  ପରେ  ଏହି ନୂଆ ନିଯୁକ୍ତି କରାଯାଇଛି। ସାଇରସ ମିସ୍ତ୍ରୀଙ୍କ ପରେ ରତନ ଟାଟା ଅନ୍ତରୀଣ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି।

Related story