ଛାତ ଉପର ସୌରଶକ୍ତି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଶେଷ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଯୌଥ ସହରରେ ଛାତ ଉପରେ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଂସ୍ଥା ଚୟନ କରାଯାଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଷମତା ସମ୍ପନ୍ନ ବୈଠକରେ ‘ଆଜୁରେ ପାୱାର ଇଣ୍ଡିଆ ପ୍ରାଇଭେଟ୍ ଲିଃ’ ନାମକ ଏକ ସଂସ୍ଥାର ମୂଲ୍ୟସୂଚୀ(ଟେଣ୍ଡର)କୁ ଅନୁମୋଦନ କରାଯାଇଛି। ବିଭିନ୍ନ ସରକାରୀ କାର୍ଯ୍ୟଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କର୍ତ୍ତୃପକ୍ଷମାନେ ନିଜ ନିଜ ଅନୁଷ୍ଠାନର ଛାତ ଉପରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଅନୁମୋଦନ […]

sectret

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 05:13 PM IST

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଯୌଥ ସହରରେ ଛାତ ଉପରେ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଂସ୍ଥା ଚୟନ କରାଯାଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଷମତା ସମ୍ପନ୍ନ ବୈଠକରେ ‘ଆଜୁରେ ପାୱାର ଇଣ୍ଡିଆ ପ୍ରାଇଭେଟ୍ ଲିଃ’ ନାମକ ଏକ ସଂସ୍ଥାର ମୂଲ୍ୟସୂଚୀ(ଟେଣ୍ଡର)କୁ ଅନୁମୋଦନ କରାଯାଇଛି। ବିଭିନ୍ନ ସରକାରୀ କାର୍ଯ୍ୟଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କର୍ତ୍ତୃପକ୍ଷମାନେ ନିଜ ନିଜ ଅନୁଷ୍ଠାନର ଛାତ ଉପରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଅନୁମୋଦନ ତୁରନ୍ତ ଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସମ୍ପୃକ୍ତ କାର୍ଯ୍ୟଳୟ ବା ଶିକ୍ଷାନୁଷ୍ଠାନଙ୍କୁ କୌଣସି ବ୍ୟୟ ଭାର ପଡିବ ନାହିଁ। ସରକାରୀ-ଘରୋଇ ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପ ପ୍ରତିଷ୍ଠା ଓ ପରିଚାଳନା ହେବ।

ବୈଠକ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ପିପିପି ପ୍ରକଳ୍ପ ପରିଚାଳନା ଓ ତଦାରଖ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନା କହିଥିଲେ ଯେ, ସୌରଶକ୍ତି ସମ୍ବନ୍ଧିତ ବୈଷୟିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟାରେ ବିକାଶ ଏବଂ ଟେଣ୍ଡର ଆହ୍ୱାନର ବ୍ୟାପକ ପ୍ରସାର ହେତୁ ଏହି ପ୍ରତିଯୋଗିତାମୂଳକ ମୂଲ୍ୟସୂଚୀ (ଟେଣ୍ଡର) ମିଳିଛି।

ଯୌଥ ସହରରେ ୫ମେଗାୱାଟ୍‌ରୁ ଅଧିକ ସୌରଶକ୍ତି ଉତ୍ପାଦନ ଲକ୍ଷ୍ୟରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ପ୍ରକଳ୍ପରେ ପ୍ରାୟ ୪୦ କୋଟି ଟଙ୍କା ବିନିଯୋଗ ହେବ। କାର୍ଯ୍ୟାନ୍ୱୟନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ହେବାର ୨ ବର୍ଷ ମଧ୍ୟରେ ପ୍ରକଳ୍ପ ପ୍ରତିଷ୍ଠା ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏଥିରେ ଉନ୍ନୟନ କମିଶନର ଆର.ବାଲାକ୍ରୀଷ୍ଣନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଆରତୀ ଆହୁଜା,ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,ସହଭାଗିତା ପ୍ରକଳ୍ପ ବିଶେଷଜ୍ଞ ଶୁଭ୍ର ରଞ୍ଜନ ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

Related story