୧୪ରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ନିବେଶକଙ୍କୁ ଆକୃଷ୍ଟ ଉଦ୍ୟମ ଲକ୍ଷ୍ୟ

ଭୁବନେଶ୍ୱର: ଫେବ୍ରୁଆରୀ ୧୪ ତାରିଖରେ ଇ-ବିଜ୍ ପୋର୍ଟାଲ୍, ସେଣ୍ଟ୍ରାଲ୍ ଇନ୍‌ସ୍ପେକ୍ସନ୍ ଆଣ୍ଡ୍ କୋଅର୍ଡିନେସନ୍ (ସିଆଇସି) ୱେବ୍‌ସାଇଟ୍ ଏବଂ ଭିଜନ୍ ୨୦-୨୫ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଗୁଡ଼ିକର ଶୁଭାରମ୍ଭ କରାଯିବ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ସେ ସେଠାରେ ରାଜ୍ୟରେ ଶିଳ୍ପ ପାଇଁ ରହିଥିବା ସୁବିଧା ଓ ସୁଯୋଗ ସଂପର୍କରେ ତଥ୍ୟ ରଖିବେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ କଂପାନୀମାନଙ୍କୁ ସରକାର ଷ୍ଟାଚ୍ୟୁଟାରୀ […]

naveen

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 03:51 PM IST

ଭୁବନେଶ୍ୱର: ଫେବ୍ରୁଆରୀ ୧୪ ତାରିଖରେ ଇ-ବିଜ୍ ପୋର୍ଟାଲ୍, ସେଣ୍ଟ୍ରାଲ୍ ଇନ୍‌ସ୍ପେକ୍ସନ୍ ଆଣ୍ଡ୍ କୋଅର୍ଡିନେସନ୍ (ସିଆଇସି) ୱେବ୍‌ସାଇଟ୍ ଏବଂ ଭିଜନ୍ ୨୦-୨୫ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଗୁଡ଼ିକର ଶୁଭାରମ୍ଭ କରାଯିବ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ସେ ସେଠାରେ ରାଜ୍ୟରେ ଶିଳ୍ପ ପାଇଁ ରହିଥିବା ସୁବିଧା ଓ ସୁଯୋଗ ସଂପର୍କରେ ତଥ୍ୟ ରଖିବେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ କଂପାନୀମାନଙ୍କୁ ସରକାର ଷ୍ଟାଚ୍ୟୁଟାରୀ କ୍ଲିୟରାନ୍ସ ସାଙ୍ଗକୁ ଜଙ୍ଗଲ, ଜମି, ପାଣି ଓ ସିଙ୍ଗିଲ୍ ୱିଣ୍ଡୋ କ୍ଲିଅରାନ୍ସର ସୁବିଧା କିଭଳି ମିଳିବ ସେ ନେଇ ମତ ରଖିବେ। ତାଙ୍କ ଫୋକସ୍‌ରେ ରହିବ ମାନୁଫାକ୍ଚରିଂ ସେକ୍ଟରଠାରୁ ଆରମ୍ଭ କରି କେମିକାଲ୍, ଫାର୍ମାସ୍ୟୁଟିକାଲ୍, ପେଟ୍ରୋକେମିକାଲ୍, ଫୁଡ୍ ପ୍ରୋସେସିଂ ଓ ଆଇଟି ଇଣ୍ଡଷ୍ଟ୍ରି।

ଏହି କାର୍ଯ୍ୟକ୍ରମରେ ଚୀନ୍, ଜାପାନ, ଆମେରିକା ସମେତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁଞ୍ଜି ନିବେଶ କରୁଥିବା କଂପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ନବୀନ। ସେହିପରି ନୀତି ଅୟୋଗ ସଦସ୍ୟ, ସିଆଇଆଇ କର୍ତ୍ତୃପକ୍ଷ, ଟାଟା, ଆଦିତ୍ୟ ବିର୍ଲା, ରିଲାଏନ୍ସ, ବେଦାନ୍ତ ଓ ଏସ୍‌ଆର୍ ଗ୍ରୁପ୍‌ର ପ୍ରତିନିଧିମାନଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

ଗୋଟିଏ ପଟେ ପସ୍କୋକୁ ନେଇ ଅନିଶ୍ଚିତତା ଲାଗି ରହିଛି ଓ ଅନ୍ୟପଟେ ବେଦାନ୍ତକୁ କଞ୍ଚାମାଲ୍ ଯୋଗାଣ ନେଇ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ରାଜ୍ୟରେ  ନିବେଶ ପାଇଁ କି ସୁଯୋଗ ଆଣିବ ତା’ଉପରେ ନଜର ରହିଛି।

Related story