ବାଦ ପଡ଼ିନି ବେଜିଂ, ୪୦ ବର୍ଷରେ ପ୍ରଥମ ଥର ପାଇଁ ସହିଲା କ୍ଷତି

ବେଜିଂ: କରୋନା ବିଶ୍ୱ ଅର୍ଥନୀତିକୁ ଉଜାଡି ଦେଇଛି। ଭାରତ, ଆମେରିକା ଭଳି ଅନେକ ଦେଶର ଅର୍ଥନୀତି କରୋନା ପାଇଁ ଉଜୁଡି ଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଚାଇନା। ୨୦୨୦ରେ ଚାଇନାର ଅଭିବୃଦ୍ଧି ହାର ମାତ୍ର ୨.୩ ପ୍ରତିଶତ ରହିଥିବା ଜଣାପଡ଼ିଛି। ୧୯୭୦ ପରେ ଚାଇନାର ଆର୍ଥିକ ସଂସ୍କାର ଆସିଥିଲା। ଏହାପରେ ଯେଉଁଭଳି ଭାବରେ ଅଭିବୃଦ୍ଧି ହେଉଥିଲା ସେଥିରେ ରୋକ୍ ଲାଗିଛି। କରୋନା ପାଇଁ ଚାଇନାର ଅଭିବୃଦ୍ଧି ହାର କମିଥିବା ଜଣାପଡ଼ିଛି। ଯାହାକି ଚାରି ଦଶନ୍ଧିରୁ ଅଧିକ […]

bejing-production

bejing-production

Subhransu Sekhar
  • Published: Monday, 18 January 2021
  • Updated: 18 January 2021, 11:41 AM IST

Sports

Latest News

ବେଜିଂ: କରୋନା ବିଶ୍ୱ ଅର୍ଥନୀତିକୁ ଉଜାଡି ଦେଇଛି। ଭାରତ, ଆମେରିକା ଭଳି ଅନେକ ଦେଶର ଅର୍ଥନୀତି କରୋନା ପାଇଁ ଉଜୁଡି ଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଚାଇନା। ୨୦୨୦ରେ ଚାଇନାର ଅଭିବୃଦ୍ଧି ହାର ମାତ୍ର ୨.୩ ପ୍ରତିଶତ ରହିଥିବା ଜଣାପଡ଼ିଛି। ୧୯୭୦ ପରେ ଚାଇନାର ଆର୍ଥିକ ସଂସ୍କାର ଆସିଥିଲା। ଏହାପରେ ଯେଉଁଭଳି ଭାବରେ ଅଭିବୃଦ୍ଧି ହେଉଥିଲା ସେଥିରେ ରୋକ୍ ଲାଗିଛି। କରୋନା ପାଇଁ ଚାଇନାର ଅଭିବୃଦ୍ଧି ହାର କମିଥିବା ଜଣାପଡ଼ିଛି। ଯାହାକି ଚାରି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରଥମ।

ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ କହିଛି ଯେ କରୋନା ପାଇଁ ଏଭଳି ସ୍ଥିତି ଉପୁଜିଛି। ୨୦୧୯ରେ ଦେଶର ଅଭିବୃଦ୍ଧି ୬.୧ ପ୍ରତିଶତ ଥିଲା। ଯଦିଓ ୨୦୨୦ରେ ଅଭିବୃଦ୍ଧି କମିଛି ହେଲେ ଏବେ ବି ବିଶ୍ୱ ଅର୍ଥନୀତିରେ ଚାଇନା ଏକମାତ୍ର ଦେଶ ଯାହାର ଅର୍ଥନୀତି ସକାରାତ୍ମକ ରହିଛି।

୨୦୨୦ରେ ଚାଇନାରେ ଶିଳ୍ପ ଉତ୍ପାଦନ ୨.୮ ପ୍ରତିଶତ ବୃଦ୍ଧି ପାଇଛି ଏବଂ ବର୍ଷର ଶେଷ ତିନି ମାସରେ ଦେଶର ୬.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ତେବେ ଗତ ବର୍ଷ ଖୁଚୁରା ବିକ୍ରି ୩.୯ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରମୁଖ କାରଣ କରୋନା। ତେବେ ଡିସେମ୍ବରରେ ଚାଇନାର ରପ୍ତାନୀ ଆକଳନଠୁ ଅଧିକ ବୃଦ୍ଧି ହୋଇଛି।

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଗକୁ ଚାଇନାର ଅର୍ଥନୀତି କମିପାରେ। ୨୦୨୨ରେ ଚାଇନାର ଅଭିବୃଦ୍ଧି ହାର ୫.୫ ପ୍ରତିଶତକୁ ଖସିପାରେ। ତେବେ ଚଳିତ ବର୍ଷ ଅଭିବୃଦ୍ଧି ହାର ୮.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଭବିଷ୍ୟତରେ ଚାଇନାର ଅଭିବୃଦ୍ଧି ହାର କମିବାର କାରଣ ଅନେକ କମ୍ପାନୀ ଭାରତ ସମେତ ଅନେକ ଦେଶ ମୁହାଁ ହୋଇଛନ୍ତି। ସେହିପରି ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶ ସହିତ ଚାଇନାର ବିବାଦ ରହିଥିବାରୁ ବ୍ୟବସାୟିକ କ୍ଷତି ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos