ପୋଷ୍ଟ୍‌ ଅଫିସ୍‌ରେ ଡାଲି ବିକ୍ରିକୁ ନେଇ ତର୍ଜମା ଆରମ୍ଭ

ଭୁବନେଶ୍ୱର: ପୋଷ୍ଟ ଅଫିସ୍‌ରେ ଡାଲି ବିକ୍ରିକୁ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଛି କସରତ। ପୋଷ୍ଟ ଅଫିସ୍‌ରେ କେମିତି ଡାଲି ବିକ୍ରି ହେବ, ଏଥିପାଇଁ କଣ ଗାଇଡ୍‌ ଲାଇନ୍‌ ରହିବ, ଦର କିଭଳି ନିର୍ଣ୍ଣୟ ହେବ ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି। ସରକାରୀ କଣ୍ଟ୍ରୋଲ ଦୋକାନ ନ ଥିବା ସ୍ଥାନରେ ପୋଷ୍ଟ ଅଫିସ୍‌ରେ ଡାଲି ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ସୁପାରିଶ କରିବା ପରେ  ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର […]

chana-dal-yellow

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 10:42 PM IST

ଭୁବନେଶ୍ୱର: ପୋଷ୍ଟ ଅଫିସ୍‌ରେ ଡାଲି ବିକ୍ରିକୁ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଛି କସରତ। ପୋଷ୍ଟ ଅଫିସ୍‌ରେ କେମିତି ଡାଲି ବିକ୍ରି ହେବ, ଏଥିପାଇଁ କଣ ଗାଇଡ୍‌ ଲାଇନ୍‌ ରହିବ, ଦର କିଭଳି ନିର୍ଣ୍ଣୟ ହେବ ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି।

ସରକାରୀ କଣ୍ଟ୍ରୋଲ ଦୋକାନ ନ ଥିବା ସ୍ଥାନରେ ପୋଷ୍ଟ ଅଫିସ୍‌ରେ ଡାଲି ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ସୁପାରିଶ କରିବା ପରେ  ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି।

ସେପଟେ ଅଲ ଇଣ୍ଡିଆ ପୋଷ୍ଟାଲ୍‌ ୟୁନିୟନ୍‌ କହିଛି ପୋଷ୍ଟାଲ୍‌ ବିଭାଗର ମୌଳିକତା ନଷ୍ଟ ହେଉଛି।

ରାଜ୍ୟ ସରକାରଙ୍କ ପାଖକୁ ଏ ନେଇ କୌଣସି ଗାଇଡ୍‌ଲାଇନ୍‌ ଆସିନାହିଁ, ଆସିଲେ ତର୍ଜମା କରି ପଦକ୍ଷେପ ନେବେ ବୋଲି ଖାଦ୍ୟ ଯୋଗାଣ ବିଭାଗ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି।

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି,“ସରକାରଙ୍କ ଯେଉଁ ସିଷ୍ଟମ ରହିଛି ପୋଷ୍ଟାଲରେ ଡାଲି ବିକ୍ରି ଫଳପ୍ରଦ ହୋଇପାରିବ ନାହିଁ।”

Related story