ଦେଶରେ ପ୍ରଥମଥର ଲାଗି ନିଲାମ ହେବ ଅଏଲ ଓ ଗ୍ୟାସ ଫିଲଡ୍

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଲାଗି ନିଲାମ ହେବ ଅଏଲ ଓ ଗ୍ୟାସ୍ ଫିଲଡ। ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢାଇବା ପଦକ୍ଷେପ ଅନ୍ତର୍ଗତ କେନ୍ଦ୍ର ସରକାର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଏନଜିସି ଓ ଆଏଲ ଇଣ୍ଡିଆ ଭଳି ସରକାରୀ ଉଦ୍ୟୋଗ ଛାଡି ଦେଇଥିବା ୬୯ଟି କ୍ଷୁଦ୍ର ଗ୍ୟାସ୍ ଓ ଅଏଲ ଫିଲଡକୁ ସରକାର ଘରୋଇ କଂପାନିଙ୍କ ଲାଗି ନିଲାମ କରିବେ। ଏଥିରୁ ସରକାରଙ୍କୁ ୭୦ ହଜାର କୋଟିରୁ ଅଧିକ ଟଙ୍କା ମିଳିବ ବୋଲି […]

vlcsnap-2015-09-02-15h34m47s472

vlcsnap-2015-09-02-15h34m47s472

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 10:09 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଲାଗି ନିଲାମ ହେବ ଅଏଲ ଓ ଗ୍ୟାସ୍ ଫିଲଡ। ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢାଇବା ପଦକ୍ଷେପ ଅନ୍ତର୍ଗତ କେନ୍ଦ୍ର ସରକାର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଏନଜିସି ଓ ଆଏଲ ଇଣ୍ଡିଆ ଭଳି ସରକାରୀ ଉଦ୍ୟୋଗ ଛାଡି ଦେଇଥିବା ୬୯ଟି କ୍ଷୁଦ୍ର ଗ୍ୟାସ୍ ଓ ଅଏଲ ଫିଲଡକୁ ସରକାର ଘରୋଇ କଂପାନିଙ୍କ ଲାଗି ନିଲାମ କରିବେ। ଏଥିରୁ ସରକାରଙ୍କୁ ୭୦ ହଜାର କୋଟିରୁ ଅଧିକ ଟଙ୍କା ମିଳିବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛି।  ଘରୋଇ କଂପାନିଙ୍କୁ ଅଏଲ ଓ ଗ୍ୟାସ୍ ଫିଲଡ୍ ଦିଆଯିବା ଦ୍ୱାରା ଉତ୍ପାଦନ ବଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଆକାର ଓ ଅବସ୍ଥିତି ଦୃଷ୍ଟିରୁ ଏସବୁ ସ୍ଥାନରୁ ଆଏଲ ଓ ଗ୍ୟାସ ଉତ୍ତୋଳନ ସରକାରଙ୍କ ପାଇଁ ଲାଭଦାୟକ ହେଉନଥିବାରୁ ଏହାକୁ ଘରୋଇ ଫାର୍ମକୁ ଦେବା ଲାଗି ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos