ଦେବଗଡରେ ପ୍ରତିଷ୍ଠା ହେବ ମେଗା ଫୁଡ୍‌ ପାର୍କ

ଦେବଗଡ: ଦେବଗଡ ଜିଲ୍ଲାରେ ରାଜ୍ୟ ସରକାର ଏକ ମେଗା ଫୁଡ୍‌ ପାର୍କ ପ୍ରତିଷ୍ଠା କରିବେ ବୋଲି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଛନ୍ତି। ଆଜି ଦେବଗଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି,“ ଏହି ଜିଲ୍ଲାରେ ବିଭିନ୍ନ ଫଳ ବହୁଳ ଭାବରେ ଉତ୍ପାଦନ ହେଉଛି। କିନ୍ତୁ ଉପଯୁକ୍ତ ସଂରକ୍ଷଣ ଅଭାବରୁ ସେଗୁଡିକ ନଷ୍ଟ ହୋଇଯାଉଛି। ଏହି ଫଳକୁ ସଂରକ୍ଷଣ କରି ଏଥିରୁ ନାନା ପ୍ରକାର ଖାଦ୍ୟ ସାମଗ୍ରୀ […]

MSME-minister-jogendra-behera

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 01:58 PM IST

ଦେବଗଡ: ଦେବଗଡ ଜିଲ୍ଲାରେ ରାଜ୍ୟ ସରକାର ଏକ ମେଗା ଫୁଡ୍‌ ପାର୍କ ପ୍ରତିଷ୍ଠା କରିବେ ବୋଲି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଛନ୍ତି।

ଆଜି ଦେବଗଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି,“ ଏହି ଜିଲ୍ଲାରେ ବିଭିନ୍ନ ଫଳ ବହୁଳ ଭାବରେ ଉତ୍ପାଦନ ହେଉଛି। କିନ୍ତୁ ଉପଯୁକ୍ତ ସଂରକ୍ଷଣ ଅଭାବରୁ ସେଗୁଡିକ ନଷ୍ଟ ହୋଇଯାଉଛି। ଏହି ଫଳକୁ ସଂରକ୍ଷଣ କରି ଏଥିରୁ ନାନା ପ୍ରକାର ଖାଦ୍ୟ ସାମଗ୍ରୀ ପସ୍ତୁତ କରିହେବ। ଚାଷୀକୁ କ୍ଷତିରୁ ବଞ୍ଚାଇବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏଥିପାଇଁ ଆବଶ୍ୟକ ୫୦ ଏକର ପରିମିତ ଜମି ଚିହ୍ନଟ ହୋଇସାରିଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ।”

Related story