ଡିଜିଟାଲ ପେମେଣ୍ଟରେ ପେଟ୍ରୋଲ ଓ ଡିଜେଲ କିଣିଲେ ୦.୭୫ ପ୍ରତିଶତ ରିହାତି ମିଳିବ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟରେ ପେଟ୍ରୋଲ ଓ ଡିଜେଲ କିଣିଲେ ୦.୭୫ ପ୍ରତିଶତ ରିହାତି ମିଳିବ। ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ। ବିମୁଦ୍ରାକରଣ ପରେ କ୍ୟାସଲେସ୍‌ କାରବାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ କ୍ୟାସଲେସ୍‌ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଆଜି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅନ୍‌ଲାଇନ୍‌ରେ ରେଳ ଟିକେଟ୍‌ କିଣୁଥିବା ଟ୍ରେନ୍‌ ଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ମିଳିବ। ସେହିପରି ଏହି ଟ୍ରେନ୍‌ […]

arun-jaitely

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 09:28 PM IST

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟରେ ପେଟ୍ରୋଲ ଓ ଡିଜେଲ କିଣିଲେ ୦.୭୫ ପ୍ରତିଶତ ରିହାତି ମିଳିବ। ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ।

ବିମୁଦ୍ରାକରଣ ପରେ କ୍ୟାସଲେସ୍‌ କାରବାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ କ୍ୟାସଲେସ୍‌ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଆଜି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ଅନ୍‌ଲାଇନ୍‌ରେ ରେଳ ଟିକେଟ୍‌ କିଣୁଥିବା ଟ୍ରେନ୍‌ ଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ମିଳିବ। ସେହିପରି ଏହି ଟ୍ରେନ୍‌ ଯାତ୍ରୀଙ୍କୁ ବିଭିନ୍ନ ରେଳ ଷ୍ଟେସନ୍‌ରେ ରହିବା ଓ ଖାଇବା ବ୍ୟବସ୍ଥାରେ ୫ ପ୍ରତିଶତ ଡିସ୍‌କାଉଣ୍ଟ ମିଳିବ। କାର୍ଡ଼ ଜରିଆରେ କାରବାର କଲେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କୌଣସି ସର୍ଭିସ୍‌ ଚାର୍ଜ ଦେବାକୁ ପଡ଼ିବ ନାହିଁ। ୪ କୋଟି ୩୨ ଲକ୍ଷ କୃଷକଙ୍କୁ ‘ରୂପେ କିଷାନ୍‌ କାର୍ଡ଼’ ମିଳିବ। ସମବାୟ ବ୍ୟାଙ୍କ ଜରିଆରେ ନାବାର୍ଡ଼ ଏହି ‘ରୂପେ କିଷାନ୍‌ କାର୍ଡ଼’ ପ୍ରଦାନ କରିବ।

Related story