‘ବିମୁଦ୍ରାକରଣ ଯୋଗୁଁ ଜିଡିପି ୦.୨% କମିବ’

ଭୁବନେଶ୍ୱର: ବିମୁଦ୍ରାକରଣର ପ୍ରଭାବ ଦେଶର ବିଭିନ୍ନ କ୍ଷେତ୍ରରେ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଦେଶର ଜିଡ଼ିପି ମାତ୍ର ଶୂନ ଦଶମିକ ଦୁଇ ବା ତିନି ପ୍ରତିଶତ କମିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ର କାର୍ଯ୍ୟକ୍ରମ ଓ କାର୍ଯ୍ୟଉନ୍ନୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ପରିବାର ସର୍ବେକ୍ଷଣ ନେଟ୍‌ୱାର୍କ ଦ୍ୱାରା ତଥ୍ୟ ସଂରକ୍ଷଣ ଓ ଏହାର ବ୍ୟବହାର କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୌଡ଼ା ଏହା କହିଛନ୍ତି। ସେ କହିଛନ୍ତି,“ବର୍ତ୍ତମାନ ଦେଶର […]

sadananda-gouda

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 09:37 PM IST

ଭୁବନେଶ୍ୱର: ବିମୁଦ୍ରାକରଣର ପ୍ରଭାବ ଦେଶର ବିଭିନ୍ନ କ୍ଷେତ୍ରରେ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଦେଶର ଜିଡ଼ିପି ମାତ୍ର ଶୂନ ଦଶମିକ ଦୁଇ ବା ତିନି ପ୍ରତିଶତ କମିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ର କାର୍ଯ୍ୟକ୍ରମ ଓ କାର୍ଯ୍ୟଉନ୍ନୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ପରିବାର ସର୍ବେକ୍ଷଣ ନେଟ୍‌ୱାର୍କ ଦ୍ୱାରା ତଥ୍ୟ ସଂରକ୍ଷଣ ଓ ଏହାର ବ୍ୟବହାର କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୌଡ଼ା ଏହା କହିଛନ୍ତି।

ସେ କହିଛନ୍ତି,“ବର୍ତ୍ତମାନ ଦେଶର ଜିଡିପି ୭.୬ ଥିବା ବେଳେ ଏହା କମି ୭.୩ କିମ୍ୱା ୭.୪ ହେବ। କିନ୍ତୁ ବିମୁଦ୍ରାକରଣ ସ୍ଥିତି ସ୍ୱାଭାବିକ ହେବା ପରେ ପରିସ୍ଥିତି ସୁଧୁରିବ। ଗତ ୧୦ରୁ ୧୨ ଦିନ ମଧ୍ୟରେ ସମଗ୍ର ଦେଶରୁ ପ୍ରାୟ ୪୦୦୦ କୋଟି ଟଙ୍କାର କଳାଧନ ଟଙ୍କା ଓ ସୁନା ଆକାରରେ ଉଦ୍ଧାର ହୋଇସାରିଲାଣି।”

Related story