ଡିଜିଟାଲ ପେମେଣ୍ଟ ସମ୍ପର୍କିତ ସମସ୍ତ ସୂଚନା ପାଇଁ ହେଲ୍ପଲାଇନ୍‌ ଖୋଲିବ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ସମ୍ପର୍କିତ ସମସ୍ତ ସୂଚନା ପାଇଁ ହେଲ୍ପଲାଇନ୍‌ ଖୋଲାଯିବ। ନାସକମ୍‌ ଓ ଟେଲିକମ୍‌ ଅପରେଟର୍ସଙ୍କ ସହ ମିଶି ଏହି ହେଲ୍ପଲାଇନ୍‌ ନଂ. ୧୪୪୪୪ ଖୋଲିବେ ନୀତି ଆୟୋଗ। ଆଜି ଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଜିଟାଲ ପେମେଣ୍ଟ ସମ୍ପର୍କିତ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିଟାଲ ପେମେଣ୍ଟକୁ ସଫଳ କରିବା ଲାଗି ଏକ ଲକ୍ଷ ପିଏସ୍‌ଓ ମେସିନ୍‌ ଅଣାଯିବ ବୋଲି ନାଇଡୁ ସୂଚନା ଦେଇଛନ୍ତି। ଆଜିର ବୈଠକରେ […]

500-and-1000-rupee

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 05:41 PM IST

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ସମ୍ପର୍କିତ ସମସ୍ତ ସୂଚନା ପାଇଁ ହେଲ୍ପଲାଇନ୍‌ ଖୋଲାଯିବ। ନାସକମ୍‌ ଓ ଟେଲିକମ୍‌ ଅପରେଟର୍ସଙ୍କ ସହ ମିଶି ଏହି ହେଲ୍ପଲାଇନ୍‌ ନଂ. ୧୪୪୪୪ ଖୋଲିବେ ନୀତି ଆୟୋଗ। ଆଜି ଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଜିଟାଲ ପେମେଣ୍ଟ ସମ୍ପର୍କିତ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିଟାଲ ପେମେଣ୍ଟକୁ ସଫଳ କରିବା ଲାଗି ଏକ ଲକ୍ଷ ପିଏସ୍‌ଓ ମେସିନ୍‌ ଅଣାଯିବ ବୋଲି ନାଇଡୁ ସୂଚନା ଦେଇଛନ୍ତି।

ଆଜିର ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭୁବନେଶ୍ୱରରୁ ଭିଡ଼ିଓ କନ୍‌ଫରେନ୍ସିଂରେ ସାମିଲ ହୋଇଥିଲେ।

Related story