‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍’ ତାଲିକାରେ ତଳକୁ ଖସିଲା ଓଡ଼ିଶା

ଭୁବନେଶ୍ୱର: ନଭେମ୍ବର ୩୦ ତାରିଖରୁ ରାଜ୍ୟ ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ବ୍ୟାଙ୍କ ଓ ଡିପାର୍ଟମେଣ୍ଟ୍ ଅଫ୍ ଇଣ୍ଡଷ୍ଟ୍ରୀଆଲ୍ ପଲିସ୍ ଆଣ୍ଡ୍ ପ୍ରୋମୋସନ୍‌ (ଡିଆଇପିପି) ପକ୍ଷରୁ କରାଯାଇଥିବା ‘ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍’ ବା ‘ବ୍ୟବସାୟ ପାଇଁ ପରିବେଶ ସୃଷ୍ଟି କରିବା’ ତାଲିକାରେ ଓଡ଼ିଶା ୧୧ ନମ୍ବର ସ୍ଥାନକୁ ଖସି ଯାଇଛି। ଗତବର୍ଷ ଓଡ଼ିଶା ଏହି ସର୍ଭେରେ ୭ ନମ୍ବର ସ୍ଥାନରେ ଥିଲା। ଟପ୍‌ ଥ୍ରୀରେ ରହିବାକୁ ରାଜ୍ୟ […]

ease-of-doing

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 07:19 PM IST

ଭୁବନେଶ୍ୱର: ନଭେମ୍ବର ୩୦ ତାରିଖରୁ ରାଜ୍ୟ ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ବ୍ୟାଙ୍କ ଓ ଡିପାର୍ଟମେଣ୍ଟ୍ ଅଫ୍ ଇଣ୍ଡଷ୍ଟ୍ରୀଆଲ୍ ପଲିସ୍ ଆଣ୍ଡ୍ ପ୍ରୋମୋସନ୍‌ (ଡିଆଇପିପି) ପକ୍ଷରୁ କରାଯାଇଥିବା ‘ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍’ ବା ‘ବ୍ୟବସାୟ ପାଇଁ ପରିବେଶ ସୃଷ୍ଟି କରିବା’ ତାଲିକାରେ ଓଡ଼ିଶା ୧୧ ନମ୍ବର ସ୍ଥାନକୁ ଖସି ଯାଇଛି। ଗତବର୍ଷ ଓଡ଼ିଶା ଏହି ସର୍ଭେରେ ୭ ନମ୍ବର ସ୍ଥାନରେ ଥିଲା। ଟପ୍‌ ଥ୍ରୀରେ ରହିବାକୁ ରାଜ୍ୟ ସରକାରଙ୍କ ମିଶନ୍ ଫେଲ୍ ମାରିଛି।

ଏହି ତାଲିକାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ୧ ନମ୍ବର ସ୍ଥାନରେ ରହିଛନ୍ତି।

ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଗୁଜରାଟ ୩ ନମ୍ବର ସ୍ଥାନକୁ ଖସି ଆସିଥିବା ବେଳେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ହରିଆଣା ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ବ୍ୟବସାୟ କରିବା ପାଇଁ ପରିବେଶ ସୃଷ୍ଟି କରିବା ତାଲିକାର ୧୦ଟି ଟପ୍ ରାଜ୍ୟ ମଧ୍ୟରେ ଝାଡ଼ଖଣ୍ଡ(୭ମ), ରାଜସ୍ଥାନ  (୮ମ), ଉତ୍ତରାଖଣ୍ଡ(୯) ଓ ମହାରାଷ୍ଟ୍ର(୧୦) ରହିଛନ୍ତି।

ଓଡ଼ିଶା ତଳକୁ ପଞ୍ଜାବ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ବିହାର , ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ଦିଲ୍ଲୀ ରହିଛନ୍ତି।

ସିଙ୍ଗିଲ୍ ୱିନ୍‌ଡୋ କ୍ଲିୟରାନ୍ସ, ଟାକ୍ସ ରିଫର୍ମସ୍, ଶ୍ରମ ଓ ପରିବେଶ କ୍ଷେତ୍ରରେ ସଂସ୍କାର ଓ ନିର୍ମାଣ ଅନୁମତି ଭଳି ୧୦ଟି ସ୍ୱତନ୍ତ୍ର ମାପଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ଏହି ରିପୋର୍ଟ। ପ୍ରଥମ ୬ଟି ସ୍ଥାନରେ ଥିବା ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଛି କିମ୍ବା ଏନ୍‌ଡିଏର ଅଂଶୀଦାର କ୍ଷମତାରେ ରହିଛି।

ନିକଟରେ ପ୍ରକାଶିତ ଏସିଆନ୍ କମ୍ପିଟେଟିଭ୍‌ନେସ୍ ଇନ୍‌ଷ୍ଟିଚ୍ୟୁଟ୍‌ର ‘ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାର ସ୍ଥାନ ଥିଲା ୧୪ ନମ୍ବରରେ। ଶିଳ୍ପାୟନ ଓ ନିବେଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ରହିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା।

ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ‘ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍’ ରିପୋର୍ଟରେ ଭାରତ ୧୩୦ ତମ ସ୍ଥାନରେ ରହିଛି।

Related story