ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍‌କୋର ଟ୍ରାନ୍ସମିସନ୍ ଲସ୍ କମାଇବାକୁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର: ଚାରି ବିଦ୍ୟୁତ୍ ବିତରଣ କଂପାନୀ- ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍‌କୋର ଟ୍ରାନ୍ସମିସନ୍ ଲସ୍ କମାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ,“ଏହି ଚାରୋଟି ବିଦ୍ୟୁତ୍ ବିତରଣ କଂପାନୀର ଟ୍ରାନ୍ସମିସନ୍ ଲସ୍ ଆସନ୍ତା ବର୍ଷ ହାରାହାରି ୩୦ ପ୍ରତିଶତକୁ ଅଣାଯିବ। ଏବେ ଟ୍ରାନ୍ସମିସନ୍ ଲସ୍ ହାରାହାରି ୩୪ […]

electricity

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 02:24 PM IST

ଭୁବନେଶ୍ୱର: ଚାରି ବିଦ୍ୟୁତ୍ ବିତରଣ କଂପାନୀ- ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍‌କୋର ଟ୍ରାନ୍ସମିସନ୍ ଲସ୍ କମାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ,“ଏହି ଚାରୋଟି ବିଦ୍ୟୁତ୍ ବିତରଣ କଂପାନୀର ଟ୍ରାନ୍ସମିସନ୍ ଲସ୍ ଆସନ୍ତା ବର୍ଷ ହାରାହାରି ୩୦ ପ୍ରତିଶତକୁ ଅଣାଯିବ। ଏବେ ଟ୍ରାନ୍ସମିସନ୍ ଲସ୍ ହାରାହାରି ୩୪ ପ୍ରତିଶତ ରହିଛି।”

ସେ ଆହୁରି କହିଥିଲେ,“ରାଜସ୍ୱ ଆଦାୟ, ବିଦ୍ୟୁତ୍ ଚୋରି ରୋକିବା ଉପରେ ଗୁରୁତ୍ୱ ଦିଆଯିବ। ଅବ୍ୟବହୃତ ବିଦ୍ୟୁତ୍ ସଂଯୋଗ କାଟିବା ନେଇ ପଦକ୍ଷେପ ନିଆଯିବ।”

ବୈଠକରେ ଉନ୍ନୟନ କମିଶନର, ଶକ୍ତି ସଚିବ, ଗ୍ରୀଡ୍‌କୋ କର୍ତ୍ତୃପକ୍ଷ ଓ ବିଦ୍ୟୁତ୍ ବିତରଣ କଂପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ।

Related story