ନୂଆଦିଲ୍ଲୀ: ଇପିଏଫ୍କୁ ନେଇ କେନ୍ଦ୍ର ସରକାର ପୁଣି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ୨୦୧୫-୧୬ ବର୍ଷ ପାଇଁ ଇପିଏଫ୍ ସୁଧହାରକୁ ସରକାର ୮.୭ରୁ ୮.୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି।
ଶ୍ରମିକ ସଂଗଠନଙ୍କ ଜୋରଦାର ବିରୋଧ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଇପିଏଫ୍ ସମ୍ପର୍କରେ ଅନୁଧ୍ୟାନ କରୁଥିବା କମିଟିର ସୁପାରିଶକୁ ଅଣାଦେଖା କରି କେନ୍ଦ୍ର ଇପିଏଫ୍ ସୁଧହାର ୮.୭ ପ୍ରତିଶତ ରଖିବାକୁ ଘୋଷଣା କରିଥିଲେ। ପୂର୍ବରୁ ସରକାର ଇପିଏଫ୍ ଉଠାଣ ଉପରେ ପ୍ରସ୍ତାବିତ ଟିକସ୍ ଓ ନିଯୁକ୍ତିଦାତ୍ତାଙ୍କ ଜମା ଭାଗ ଉଠାଣ ଉପରେ ଲଗାଇ ଥିବା କଟକଣାକୁ ପ୍ରତ୍ୟାହାର କରିଥିଲେ।