ମରୁଡ଼ି ସତ୍ତ୍ୱେ ଏଫ୍‌ସିଆଇରେ ମହଜୁଦ୍ ଅଛି ଯଥେଷ୍ଟ ଖାଦ୍ୟଶସ୍ୟ: ପାଶ୍ୱାନ

ଜୟପୁର: କିଛି ରାଜ୍ୟରେ ମରୁଡ଼ି ଦେଖାଯାଇଥିଲେ ସୁଦ୍ଧା ଚଳିତ ବର୍ଷ ପାଇଁ ଫୁଡ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫ୍‌ସିଆଇ) ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ୍ କରିଛି ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାଶ ପାଶ୍ୱାନ କହିଛନ୍ତି। ସେ କହିଛନ୍ତି,“ଦେଶରେ ୫୪୯ ଲକ୍ଷ ଟନ୍‌ ଖାଦ୍ୟଶସ୍ୟର ଆବଶ୍ୟକତା ରହିଥିବା ବେଳେ ଏଫ୍‌ସିଆଇ ପାଖାପାଖି ୬୦୦ ଲକ୍ଷ ଟନ୍‌ ମହଜୁଦ ରଖିଛି।” ୨ ଲକ୍ଷ ଟନ୍ ଡାଲି ଗଚ୍ଛିତ କରି ରଖିବା ପାଇଁ ଏଫ୍‌ସିଆଇ ଏକ ଭଣ୍ଡାର ଗଠନ କରିଛି […]

fci

Rakesh Mallick
  • Published: Saturday, 23 April 2016
  • , Updated: 24 April 2016, 09:53 AM IST

ଜୟପୁର: କିଛି ରାଜ୍ୟରେ ମରୁଡ଼ି ଦେଖାଯାଇଥିଲେ ସୁଦ୍ଧା ଚଳିତ ବର୍ଷ ପାଇଁ ଫୁଡ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫ୍‌ସିଆଇ) ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ୍ କରିଛି ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାଶ ପାଶ୍ୱାନ କହିଛନ୍ତି।

ସେ କହିଛନ୍ତି,“ଦେଶରେ ୫୪୯ ଲକ୍ଷ ଟନ୍‌ ଖାଦ୍ୟଶସ୍ୟର ଆବଶ୍ୟକତା ରହିଥିବା ବେଳେ ଏଫ୍‌ସିଆଇ ପାଖାପାଖି ୬୦୦ ଲକ୍ଷ ଟନ୍‌ ମହଜୁଦ ରଖିଛି।”

୨ ଲକ୍ଷ ଟନ୍ ଡାଲି ଗଚ୍ଛିତ କରି ରଖିବା ପାଇଁ ଏଫ୍‌ସିଆଇ ଏକ ଭଣ୍ଡାର ଗଠନ କରିଛି ବୋଲି ପାଶ୍ୱାନ କହିଛନ୍ତି।

ସେ କହିଛନ୍ତି,“୫୦,୦୦୦ ଟନ୍ ଡାଲି ସଂଗ୍ରହ କରାଯାଇଛି। ୨୫,୦୦୦ ଟନ୍ ଆମଦାନୀ କରାଯିବ। ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ଡାଲିର ଆବଶ୍ୟକତା ସଂପର୍କରେ ଜଣାଇବାକୁ କୁହାଯାଇଛି। ଫଳରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଡାଲି ଯୋଗାଇ ଦିଆଯାଇପାରିବ।”

Related story