ବିମୁଦ୍ରାକରଣ ଯୋଗୁଁ ଟିକସ ସଂଗ୍ରହ ପ୍ରଭାବିତ ହୋଇନାହିଁ: ଅରୁଣ ଜେଟଲୀ

ନୂଆଦିଲ୍ଲୀ: ବିମୁଦ୍ରାକରଣ ଯୋଗୁଁ ଟିକସ ସଂଗ୍ରହ ପ୍ରଭାବିତ ହୋଇନାହିଁ, ବରଂ ଉଲ୍ଲେଖନୀୟ ଭାବେ ବୃଦ୍ଧି ହୋଇଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସଂଗ୍ରହରେ ଅଭିବୃଦ୍ଧି ଘଟିଛି ବୋଲି ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜେଟଲୀ କହିଛନ୍ତି,“ନଭେମ୍ୱର ୨୦୧୬କୁ ତୁଳନା କଲେ ଡିସେମ୍ୱରରେ ପରୋକ୍ଷ ଟିକସ ସଂଗ୍ରହରେ ୧୨.୮ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଗତବର୍ଷ ଅପେକ୍ଷା ଏବର୍ଷ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ […]

arun-jaitley

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 07:32 PM IST

ନୂଆଦିଲ୍ଲୀ: ବିମୁଦ୍ରାକରଣ ଯୋଗୁଁ ଟିକସ ସଂଗ୍ରହ ପ୍ରଭାବିତ ହୋଇନାହିଁ, ବରଂ ଉଲ୍ଲେଖନୀୟ ଭାବେ ବୃଦ୍ଧି ହୋଇଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସଂଗ୍ରହରେ ଅଭିବୃଦ୍ଧି ଘଟିଛି ବୋଲି ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି।

ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜେଟଲୀ କହିଛନ୍ତି,“ନଭେମ୍ୱର ୨୦୧୬କୁ ତୁଳନା କଲେ ଡିସେମ୍ୱରରେ ପରୋକ୍ଷ ଟିକସ ସଂଗ୍ରହରେ ୧୨.୮ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଗତବର୍ଷ ଅପେକ୍ଷା ଏବର୍ଷ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୧୨.୦୧ ପ୍ରତିଶତ ବୃଦ୍ଧି ଘଟିଛି। ପରୋକ୍ଷ ଟିକସ କ୍ଷେତ୍ରରେ ଏହି ସଂଖ୍ୟା ୨୫ ପ୍ରତିଶତ ହେବ।”

Related story