ଜାପାନରେ ପ୍ରଥମ ରୋବୋ ମୋବାଇଲ ‘RoBoHon’ର ବିକ୍ରି ଆରମ୍ଭ

  ଟୋକିଓ: ଜାପାନର ଟୋକିଓରେ ଗୁରବାର ପ୍ରଥମ ରୋ‍ବୋଟିକ୍‌ ମୋବାଇଲ୍‌ ଫୋନ୍‌ ‘RoBoHon’ର ବିକ୍ରି ଆରମ୍ଭ ହୋଇଛି। ପକେଟ୍‌ରେ ରହି ପାରୁଥିବା ତଥା ଡ୍ୟାନ୍ସ କରିପାରୁଥିବା ଓ ଚାଲିପାରୁଥିବା ଏହି ରୋବୋଟିର ଆଜିଠାରୁ ବିକ୍ରି ଆରମ୍ଭ ହୋଇଛି। ଏହି ରୋବୋର ମୂଲ୍ୟ ୧୮୯,୦୦୦ ୟେନ୍‌ (୧୮,୦୦ ଡାଲାର) ରହିଛି। ଏହାକୁ ଜାପାନିଜ୍‌ ଇଲୋଟ୍ରୋନିକ୍ସ କମ୍ପାନୀର ଇଞ୍ଜିନିୟର ଟାମୋଟାକା ଟାକହାଶି ଉଦ୍ଭାବନ କରିଛନ୍ତ। ଏହି କମ୍ପାନୀ ମଧ୍ୟ ‘କିରୋବୋ’ ନାମରେ ପ୍ରଥମ ଆଷ୍ଟ୍ରୋନଟ୍‌ ରୋବୋ ଉଦ୍ଭାବନ କରିଥିଲା। କମ୍ପାନୀ […]

robohon-mobile-robot

Rakesh Mallick
  • Published: Thursday, 26 May 2016
  • , Updated: 27 May 2016, 04:37 AM IST

 

ଟୋକିଓ: ଜାପାନର ଟୋକିଓରେ ଗୁରବାର ପ୍ରଥମ ରୋ‍ବୋଟିକ୍‌ ମୋବାଇଲ୍‌ ଫୋନ୍‌ ‘RoBoHon’ର ବିକ୍ରି ଆରମ୍ଭ ହୋଇଛି। ପକେଟ୍‌ରେ ରହି ପାରୁଥିବା ତଥା ଡ୍ୟାନ୍ସ କରିପାରୁଥିବା ଓ ଚାଲିପାରୁଥିବା ଏହି ରୋବୋଟିର ଆଜିଠାରୁ ବିକ୍ରି ଆରମ୍ଭ ହୋଇଛି।

ଏହି ରୋବୋର ମୂଲ୍ୟ ୧୮୯,୦୦୦ ୟେନ୍‌ (୧୮,୦୦ ଡାଲାର) ରହିଛି। ଏହାକୁ ଜାପାନିଜ୍‌ ଇଲୋଟ୍ରୋନିକ୍ସ କମ୍ପାନୀର ଇଞ୍ଜିନିୟର ଟାମୋଟାକା ଟାକହାଶି ଉଦ୍ଭାବନ କରିଛନ୍ତ। ଏହି କମ୍ପାନୀ ମଧ୍ୟ ‘କିରୋବୋ’ ନାମରେ ପ୍ରଥମ ଆଷ୍ଟ୍ରୋନଟ୍‌ ରୋବୋ ଉଦ୍ଭାବନ କରିଥିଲା।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଗ୍ରହୀ ଗରାଖମାନେ ଆସନ୍ତା ଜୁନ୍‌ ୭ ତାରିଖ ଯାଏଁ ଏହି ରୋବୋକୁ ପରୀକ୍ଷା କରିପାରିବେ। ପ୍ରତି ମାସରେ ଏହି କମ୍ପାନୀ ୫,୦୦୦ୟୁନିଟ୍‌ ଉତ୍ପାଦନ କରୁଛି।

ଏହି RoBoHon’ର ଉଚ୍ଚତା ୧୯.୦ ସେମି ଓ ଏହାର ଓଜନ ୩୯୦ ଗ୍ରାମ। ଏଥିରେ ପ୍ରୋଜେକ୍ଟର ମାଧ୍ୟମରେ ଭିଡ଼ିଓ, ଫଟୋ ଓ ମ୍ୟାପ୍‌ ଦେଖି ହେବ। ସବୁଠୁ ଗୁରୁଚତ୍ୱପୁର୍ଣ୍ଣ କଥା ଏହି ରୋବୋଟଟି ଫ୍ରଣ୍ଟ ଫେସିଂ କ୍ୟାମେରା ଫଟୋ ମାଧ୍ୟମରେ ଲୋକଙ୍କୁ ଚିହ୍ନିବା ସହ ସମ୍ପୃକ୍ତ ଲୋକର ସମ୍ପୂର୍ଣ୍ଣ ଠିକଣା ଦେଇପାରିବ।

Related story