Advertisment

ପାଣ୍ଠି ପ୍ରତ୍ୟାହାର ହେଲେ ତଳକୁ ଖସିଯିବ ଆର୍‌ବିଆଇ: ରାଜନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ହାତରୁ ସରକାର ଯଦି ମାତ୍ରାଧିକ ପାଣ୍ଠି ପ୍ରତ୍ୟାହାର କରିନିଅନ୍ତି ତେବେ ଆର୍‌ବିଆଇର ରେଟିଂ ତଳକୁ ଖସିଯିବ। ବର୍ତ୍ତମାନ ଆର୍‌ବିଆଇ‘ଏଏଏ’ରେଟିଂ ବଜାୟ ରଖିଥିବା ବେଳେ ଯଦି ଏଥିରେ ହ୍ରାସ ହୁଏ ତେବେ ଏହା ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରିବ। ଆର୍‌ବିଆଇର ପୂର୍ବତନ ଗଭର୍ନର ତଥା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପୂର୍ବତନ ଅର୍ଥନୀତିଜ୍ଞ ରଘୁରାମ ରାଜନ ଏଭଳି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆର୍‌ବିଆଇ ହାତରୁ ନଗଦ ପାଣ୍ଠି ପ୍ରତ୍ୟାହାର କରିନେବାରେ କିଛି ଅସୁବିଧା ନାହିଁ। କିନ୍ତୁ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ପାଣ୍ଠି ପ୍ରତ୍ୟାହାର ହେଲେ ତଳକୁ ଖସିଯିବ ଆର୍‌ବିଆଇ: ରାଜନ

Untitled-1

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ହାତରୁ ସରକାର ଯଦି ମାତ୍ରାଧିକ ପାଣ୍ଠି ପ୍ରତ୍ୟାହାର କରିନିଅନ୍ତି ତେବେ ଆର୍‌ବିଆଇର ରେଟିଂ ତଳକୁ ଖସିଯିବ। ବର୍ତ୍ତମାନ ଆର୍‌ବିଆଇ‘ଏଏଏ’ରେଟିଂ ବଜାୟ ରଖିଥିବା ବେଳେ ଯଦି ଏଥିରେ ହ୍ରାସ ହୁଏ ତେବେ ଏହା ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରିବ। ଆର୍‌ବିଆଇର ପୂର୍ବତନ ଗଭର୍ନର ତଥା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପୂର୍ବତନ ଅର୍ଥନୀତିଜ୍ଞ ରଘୁରାମ ରାଜନ ଏଭଳି ଚେତାବନୀ ଦେଇଛନ୍ତି।

Advertisment

ସେ କହିଛନ୍ତି, ଆର୍‌ବିଆଇ ହାତରୁ ନଗଦ ପାଣ୍ଠି ପ୍ରତ୍ୟାହାର କରିନେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହାର ସୀମା ଅଛି। ଯଦି ସରକାର ଏହି ସୀମା ଲଙ୍ଘନ କରନ୍ତି ତେବେ ଏହା ଏକ ବଡ଼ ସମସ୍ୟାରେ ପରିଣତ ହେବ।

ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସରକାର ଏବଂ ଆର୍‌ବିଆଇ ବିଚାର କରିବା ଉଚିତ ବୋଲି ରାଜନ କହିଛନ୍ତି। ଏନ୍‌ଡିଟିଭିକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି, "ଦେଶର କେନ୍ଦ୍ରୀୟ ବ୍ୟାଙ୍କରେ ସଦାବେଳେ ଚାପ ରହି ଆସିଛି। ସରକାରଙ୍କୁ କିଛି ଅଧିକ ଦେବାର ଚାପ ଆର୍‌ବିଆଇ ପାଖରେ ରହିଛି। ଯେତେବେଳେ ମୁଁ ଆର୍‌ବିଆଇ ଗଭର୍ନର ଥିଲି ସେତେବେଳେ ଆର୍‌ବିଆଇର ଇତିହାସରେ ସର୍ବାଧିକ ଲାଭ ସରକାରଙ୍କୁ ଦେଇଥିଲି।"

Advertisment