୬୫,୦୦୦ ଗରାଖ ପାଇବେ ‘Freedom 251’

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ୫,୦୦୦ ଗରାଖଙ୍କୁ ‘Freedom 251’ ସ୍ମାର୍ଟଫୋନ୍‌ ଡେଲିଭରି ଦେଇଥିବା ରିଙ୍ଗିଙ୍ଗବେଲ କମ୍ପାନୀ ଆସନ୍ତା କିଛି ଦିନ ମଧ୍ୟରେ ୬୫,୦୦୦ ୟୁନିଟ୍‌ ସ୍ମାର୍ଟଫୋନ୍‌ ଗରାଖଙ୍କୁ କ୍ୟାଶ ଅନ୍ ଡେଲିଭରି(ସିଓଡି) ଜରିଆରେ ଏହି ସ୍କାର୍ଟଫୋନ୍‌ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ପୋର୍ଟାଲରେ ୭ କୋଟି ଗରାଖ ପଞ୍ଜୀକୃତ ହୋଇଥିବା ବେଳେ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ ଲକ୍ଷ ୟୁନିଟ୍‌ ହ୍ୟାଣ୍ଡସେଟ୍‌ ଡେଲିଭରି ଦେବାକୁ ଯୋଜନା ରଖିଛି ଏହି କମ୍ପାନୀ। କମ୍ପାନୀ ପକ୍ଷରୁ ପଶ୍ଚିମବଙ୍ଗ, […]

freedom_251

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 08:25 PM IST

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ୫,୦୦୦ ଗରାଖଙ୍କୁ ‘Freedom 251’ ସ୍ମାର୍ଟଫୋନ୍‌ ଡେଲିଭରି ଦେଇଥିବା ରିଙ୍ଗିଙ୍ଗବେଲ କମ୍ପାନୀ ଆସନ୍ତା କିଛି ଦିନ ମଧ୍ୟରେ ୬୫,୦୦୦ ୟୁନିଟ୍‌ ସ୍ମାର୍ଟଫୋନ୍‌ ଗରାଖଙ୍କୁ କ୍ୟାଶ ଅନ୍ ଡେଲିଭରି(ସିଓଡି) ଜରିଆରେ ଏହି ସ୍କାର୍ଟଫୋନ୍‌ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି।

କମ୍ପାନୀ ପୋର୍ଟାଲରେ ୭ କୋଟି ଗରାଖ ପଞ୍ଜୀକୃତ ହୋଇଥିବା ବେଳେ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ ଲକ୍ଷ ୟୁନିଟ୍‌ ହ୍ୟାଣ୍ଡସେଟ୍‌ ଡେଲିଭରି ଦେବାକୁ ଯୋଜନା ରଖିଛି ଏହି କମ୍ପାନୀ।

କମ୍ପାନୀ ପକ୍ଷରୁ ପଶ୍ଚିମବଙ୍ଗ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ନୂଆଦିଲ୍ଲୀ, ପଞ୍ଜାବ, ଜମ୍ମୁ-କାଶ୍ମୀର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଡେଲିଭରି ଦିଆଯାଇଛି।

କ୍ୟାଶ୍‌ ଅନ୍‌ ଡେଲିଭରି ବେଳେ ଗରାଖମାନେ ୨୯୧ ଟଙ୍କା (୨୫୧ ଟଙ୍କା ଫୋନ୍‌ ବିଲ ଓ ସିପିଂ ଚାର୍ଜ ୪୦ ଟଙ୍କା) ଦେବାକୁ ପଡିବ।

ଫେବ୍ରୁଆରୀ ୧୮ ତାରିଖରୁ ଏହି କଂପାନୀ ତା’ର ୱେବସାଇଟ୍ freedom251.com ମାଧ୍ୟମରେ ଗରାଖମାନଙ୍କୁ ଏହି ମୋବାଇଲ୍ କିଣିବାକୁ ଆହ୍ୱାନ କରିଥିଲା। ଏଥିରେ ଲକ୍ଷାଧିକ ଗରାଖ ପଞ୍ଜୀକୃତ ହୋଇଥିଲେ।

Freedom 251 ହେଉଛି ଏକ ୪ ଇଞ୍ଚ୍ qHd ଡିସପ୍ଲେ ଯୁକ୍ତ ସ୍ମାର୍ଟଫୋନ୍। ଏହା 960×540 ପିକ୍ସେଲ୍ ରିଜୋଲ୍ୟୁସନ୍ ବିଶିଷ୍ଟ ସ୍ମାର୍ଟଫୋନ୍। ଏହି ହ୍ୟାଣ୍ଡସେଟ୍‌ରେ ଅଛି 1.3GHz କ୍ୱାଡ୍-କୋର୍ ପ୍ରୋସେସର୍। ଏହା Android 5.1 Lollipop ଅପରେଟିଂ ସିଷ୍ଟମରେ ଚାଲୁଛି। ଏଥିରେ 1GB RAM ରହିଥିବା ବେଳେ 8GBର ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି ଯାହାକୁ ପରେ ଏକ microSD କାର୍ଡ ବ୍ୟବହାର କରାଯାଇ 32GBକୁ ପରିବର୍ଦ୍ଧିତ କରା ଯାଇପାରିବ।

ଏହି ସ୍ମାର୍ଟ ଫୋନ୍‌ରେ ଆପଣ ଫଟୋ ମଧ୍ୟ ଉଠାଇପାରିବେ। ଏଥିପାଇଁ ଏଥିରେ 3.2MPର ଏକ ରିୟର କ୍ୟାମେରା ଓ 0.3MP ଏକ ଫ୍ରଣ୍ଟ୍ କ୍ୟାମେରା ରହିଛି। Freedom 251ରେ ଏକ 1,450mAh ବ୍ୟାଟେରୀ ଅଛି। ଥରେ ଚାର୍ଜ କଲେ ଏହା ଦିନ ତମାମ ଚାଲିବ ବୋଲି କଂପାନୀ ପକ୍ଷରୁ ଦାବି କରାଯାଇଛି। ଏହି ସ୍ମାର୍ଟଫୋନ୍ ଉପରେ କଂପାନୀ ୧ ବର୍ଷ ୱାରେଣ୍ଟି ଦେଉଛି। ସାରା ଦେଶରେ ରିଙ୍ଗିଙ୍ଗ୍ ବେଲ୍ସର ୬୫୦ଟି ସର୍ଭିସ୍ ସେଣ୍ଟର ରହିଛି।

କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆର ଅଭିଯାନରେ କଂପାନୀ ଏହି ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି।

Related story