Advertisment

ନେଇ ଆସନ୍ତୁ ନିଜ ଇଏମ୍‌ଭି ଡେବିଟ୍ କାର୍ଡ, ଡିସେମ୍ବର ୩୧ ଡେଡ୍‌ଲାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏଇ କିଛି ଦିନ ହେବ ଦେଖୁଥିବେ ଆପଣଙ୍କ ମୋବାଇଲକୁ ମେସେଜ୍ ଆସୁଥିବ ଯେ, ନୂତନ ଚିପ୍‌ ଭିତ୍ତିକ ଏଟିଏମ୍ କାର୍ଡକୁ ଉନ୍ନୀତ କରନ୍ତୁ। ଅଥବା ଆପଣଙ୍କ ନୂଆ ଇଏମ୍‌ଭି ଚିପ୍‌ ଭିତ୍ତିକ ଏଟିଏମ୍ କାର୍ଡ୍ ଡାକ ଯୋଗ ଆପଣଙ୍କ ଠିକଣାରେ ପହଞ୍ଚି ଯାଇଛି, ଦୟାକରି ଏହାର ନୂତନ ପାସ୍‌ୱାର୍ଡ ପାଇଁ ନିଜ ବ୍ୟାଙ୍କ ଶାଖାରେ ପରାମର୍ଶ କରନ୍ତୁ। ଡିସେମ୍ବର ୩୧ ସୁଦ୍ଧା ଏହାକୁ ଜରୁରୀ ଭିତ୍ତିରେ ପାଳନ କରନ୍ତୁ, ନଚେତ ଆପଣଙ୍କ କାର୍ଡ ଅଚଳ […]

author-image
Jagamohan Maharana
ନେଇ ଆସନ୍ତୁ ନିଜ ଇଏମ୍‌ଭି ଡେବିଟ୍ କାର୍ଡ, ଡିସେମ୍ବର ୩୧ ଡେଡ୍‌ଲାଇନ୍

newww

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏଇ କିଛି ଦିନ ହେବ ଦେଖୁଥିବେ ଆପଣଙ୍କ ମୋବାଇଲକୁ ମେସେଜ୍ ଆସୁଥିବ ଯେ, ନୂତନ ଚିପ୍‌ ଭିତ୍ତିକ ଏଟିଏମ୍ କାର୍ଡକୁ ଉନ୍ନୀତ କରନ୍ତୁ। ଅଥବା ଆପଣଙ୍କ ନୂଆ ଇଏମ୍‌ଭି ଚିପ୍‌ ଭିତ୍ତିକ ଏଟିଏମ୍ କାର୍ଡ୍ ଡାକ ଯୋଗ ଆପଣଙ୍କ ଠିକଣାରେ ପହଞ୍ଚି ଯାଇଛି, ଦୟାକରି ଏହାର ନୂତନ ପାସ୍‌ୱାର୍ଡ ପାଇଁ ନିଜ ବ୍ୟାଙ୍କ ଶାଖାରେ ପରାମର୍ଶ କରନ୍ତୁ। ଡିସେମ୍ବର ୩୧ ସୁଦ୍ଧା ଏହାକୁ ଜରୁରୀ ଭିତ୍ତିରେ ପାଳନ କରନ୍ତୁ, ନଚେତ ଆପଣଙ୍କ କାର୍ଡ ଅଚଳ ହୋଇଯିବ।

Advertisment

ପଢ଼ନ୍ତୁ କାହିଁକି ଏଭଳି ମେସେଜ୍ ଆସୁଛି।

୧- ପ୍ରଥମ କଥା ହେଲା ଆମେ ବ୍ୟବହାର କରୁଥିବା ଡେବିଟ୍‌ କାର୍ଡ( ଯାହାକୁ ଆମେ ସାଧାରଣତଃ ଏଟିଏମ୍ କାର୍ଡ କହିଥାଉ)ର ବୈଧତା ତିନିବର୍ଷ ପାଇଁ ରହିଥାଏ। ଅର୍ଥାତ ୩ ବର୍ଷ ପରେ ପୁଣି ଥରେ ନୂଆ କାର୍ଡ ପାଇଁ ଆବେଦନ କରିବାକୁ ପଡ଼େ। କିନ୍ତୁ ଧରି ନିଅନ୍ତୁ ଯଦି ଆପଣ ଗତବର୍ଷ ଡେବିଟ୍ କାର୍ଡ ପରିବର୍ତ୍ତନ କରି ନୂଆ କାର୍ଡ ଆଣିଛନ୍ତି ତେବେ ମଧ୍ୟ ଆପଣଙ୍କ ପାଖକୁ ଏଭଳି ମେସେଜ୍‌ ଆସୁଥାଇ ପାରେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ବ୍ୟାଙ୍କ ହିତାଧିକାରୀ ଏହି ନୂତନ ଇଏମ୍‌ଭି(Europay, Mastercard and Visa) କାର୍ଡକୁ ଉନ୍ନୀତ ହେବେ।

୨- ଏହାକୁ ମିଛ ବା ଅନାବଶ୍ୟକ ଭାବି ଅଣଦେଖା କରନ୍ତୁ ନାହିଁ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କୁ ନିର୍ଦ୍ଦେଶନାମା ଜାରି କରି ସୂଚିତ କରିଛି ଯେ, ଡିସେମ୍ବର ୩୧ ହେଉଛି ଏଥିପାଇଁ ଶେଷ ତାରିଖ। ପୁରୁଣା କାର୍ଡ ଅଚଳ ହୋଇଯିବ। ଏହାଦ୍ୱାରା କୌଣସି ପ୍ରକାର କାରବାର ହୋଇ ପାରିବନାହିଁ।

Advertisment

୩- ଆର୍‌ବିଆଇର ସୂଚନା ଅନୁସାରେ ପୂର୍ବ ପ୍ରଚଳିତ କାର୍ଡ ତୁଳନାରେ ଏହି ଇଏମ୍‌ଭି ତଥା ନାନୋ ଚିପ୍‌ ଭିତ୍ତିକ କାର୍ଡ ଅଧିକ ସୁରକ୍ଷିତ। କୌଣସି ପ୍ରକାର ଠକେଇ ତଥା ଜାଲ୍‌ କାରବାରକୁ ଏଥିରେ ସହଜରେ କାବୁ କରି ହେବ। କେହି ଏହାର ଅସଦ ବ୍ୟବହାର କରିପାରିବେ ନାହିଁ।

୪- ନିଜ ପୁରୁଣା କାର୍ଡକୁ ପରିବର୍ତ୍ତନ କରି ନୂଆ ଇଏମ୍‌ଭି କାର୍ଡ ହାସଲ କରିବା ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ୨୦୧୬ ମସିହାରୁ ଇଏମ୍‌ଭି କାର୍ଡ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ବାଧ୍ୟତାମୂଳକ କରାଯାଇ ନଥିଲା। ୨୦୧୯ ଜାନୁୟାରୀରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି।

୫- ଏହି ନାନୋ ଚିପ୍‌ ଭିତ୍ତିକ କାର୍ଡକୁ ପର୍ସନାଲ୍ ଆଇଡେଣ୍ଟିଫିକେଶନ ନମ୍ବର(ପିଆଇଏନ୍ ବା ପିନ) କାର୍ଡ ବୋଲି ମଧ୍ୟ କୁହାଯାଉଛି। ଏହା ଏତେ ସୁରକ୍ଷିତ ଯେ, କେହି ଏହାର ନକଲ କରିପାରିବେ ନାହିଁ।