ଗୋଲ୍ଡ ବଣ୍ଡ୍ ସ୍କିମକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ବର୍ଷକୁ କିଣି ହେବ ସର୍ବାଧିକ ୫୦୦ ଗ୍ରାମ୍ ବଣ୍ଡ୍

ନୂଆଦିଲ୍ଲୀ: ସୁନାରେ ନିବେଶ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ  ଏଣିକୁ ଆଉ ଏହି କଠିନ ହଳଦିଆ ଧାତୁ କିଣିବା ଆବଶ୍ୟକ ନାହିଁ।  ସୁନା ବଦଳରେ ସେମାନେ କିଣିପାରିବେ ଗୋଲ୍ଡ ବଣ୍ଡ୍ । ଏଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସୋଭରେନ୍ ଗୋଲ୍ଡ ବଣ୍ଡ ଓ ଗୋଲ୍ଡ ମନିଟାଇଜେସନ୍ ସ୍କିମ୍। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ଯୋଜନା ଦ୍ୱାରା ଲୋକେ ଉପକୃତ ହେବା ସହ ବିଦେଶରୁ ସୁନା ଆମଦାନୀ ପରିମାଣ ହ୍ରାସ ପାଇବ ବୋଲି ସରକାର କହିଛନ୍ତି। ଆସନ୍ତୁ […]

gold

gold

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 02:32 PM IST

Sports

Latest News

goldନୂଆଦିଲ୍ଲୀ: ସୁନାରେ ନିବେଶ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ  ଏଣିକୁ ଆଉ ଏହି କଠିନ ହଳଦିଆ ଧାତୁ କିଣିବା ଆବଶ୍ୟକ ନାହିଁ।  ସୁନା ବଦଳରେ ସେମାନେ କିଣିପାରିବେ ଗୋଲ୍ଡ ବଣ୍ଡ୍ । ଏଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସୋଭରେନ୍ ଗୋଲ୍ଡ ବଣ୍ଡ ଓ ଗୋଲ୍ଡ ମନିଟାଇଜେସନ୍ ସ୍କିମ୍। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ଯୋଜନା ଦ୍ୱାରା ଲୋକେ ଉପକୃତ ହେବା ସହ ବିଦେଶରୁ ସୁନା ଆମଦାନୀ ପରିମାଣ ହ୍ରାସ ପାଇବ ବୋଲି ସରକାର କହିଛନ୍ତି।

ଆସନ୍ତୁ ଜାଣିବା କ’ଣ ରହିଛି ସୋଭରେନ୍ ଗୋଲ୍ଡ ବଣ୍ଡ ଓ ଗୋଲ୍ଡ ମନିଟାଇଜେସନ୍ ସ୍କିମରେ

-ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ଯୋଜନାରେ ଜଣେ ଭାରତୀୟ ନାଗରିକ ରିଜର୍ଭ ବ୍ୟାଙ୍କ ଜରିଆରେ ସରକାରଙ୍କଠାରୁ ସୁନା ସାର୍ଟିଫିକେଟ୍ କିଣିପାରିବେ। ପରେ ଏହାକୁ ଟଙ୍କ। କିମ୍ୱା ସୁନାରେ ପରିବର୍ତ୍ତିତ କରାଯାଇପାରିବ ।

-୫, ୧୦, ୫୦ ଓ ୧୦୦ ଗ୍ରାମ ପରିମାଣର ସୁନା ବଣ୍ଡ ଜାରି କରାଯିବ । ତେବେ ବର୍ଷକୁ ଜଣେ ବ୍ୟକ୍ତି ସର୍ବାଧିକ ୫୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ବଣ୍ଡ କିଣିପାରିବେ ।

- ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୁଧ ହାର ଅନୁସାରେ ସୁନା ବଣ୍ଡ ମିଳିବ। ନିବେଶ ସମୟରେ ଜମା କରାଯାଇଥିବା ସୁନାର ମୂଲ୍ୟ ଅନୁସାରେ ସୁଧ ହାର ହିସାବ କରାଯିବ ।

-ଏଭଳି ଗୋଲ୍ଡ ବଣ୍ଡର ସମୟସୀମା ୫ରୁ ୭ ବର୍ଷ ପର୍ଯ୍ୟନ୍ତ ରହିବ ।

- ଘରେ ଓ ବିଭିନ୍ନ ମନ୍ଦିରରେ ଜମା ହୋଇ ରହୁଥିବା ଟନ୍ ଟନ୍ ସୁନାର ଉପଯୋଗ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଗୋଲ୍ଡ ମନିଟାଇଜ୍ ସ୍କିମ୍। ଏହି ଯୋଜନାରେ  ଗୋଲ୍ଡ ଆକାଉଣ୍ଟ ଆଧାରରେ ଜମାକାରୀଙ୍କୁ ସୁଧ ମିଳିବ । ତେବେ ଏହି ଯୋଜନାରେ ଗହଣା କିମ୍ୱା ଅଳଙ୍କ।ର ଗ୍ରହଣ କରାଯାଇପାରିବ ନାହିଁ ।

ଏକ ଆକଳନ ଅନୁସାରେ ବର୍ତ୍ତମାନ ଭାରତରେ ୨୦ ହଜାର ଟନ୍ ସୁନା ଜମା ହୋଇରହିଛି । ଏଥିରୁ ଅଧିକାଂଶ ସୁନା ନା ବ୍ୟବସାୟରେ ଲାଗି ପାରୁଛି ନା ଅର୍ଥରେ  ରୂପାନ୍ତରିତ ହୋଇପାରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos