ବଜାରକୁ ଆସିଲା Gorilla Glass 5

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ମୋବାଇଲ ସ୍କ୍ରିନ ଉପରେ ବ୍ୟବହାର କରାଯାଉଥିବା ଗରିଲା ଗ୍ଲାସର ପରବର୍ତ୍ତୀ ସଂସ୍କରଣ। ଏହାର ନାମ ରହିଛି  Gorilla Glass 5। ହାତରୁ ଖସିପଡିଲେ ସ୍ମାର୍ଟଫୋନ୍‌ ସ୍କ୍ରିନ୍‌ରେ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି କମ୍ପାନୀ ସ୍ୱତନ୍ତ୍ର ଜ୍ଞାନକୌଶଳରେ ଏହି ଗ୍ଲାସକୁ ବିକଶିତ କରିଛି। ଏହି ଗ୍ଲାସ ପାଞ୍ଚ ଫୁଟ ଉପରୁ ତଳକୁ ଖସିଲେ ମଧ୍ୟ ସ୍ମାର୍ଟଫୋନ୍‌ ଓ ଟ୍ୟାବ୍‌ର ସ୍କ୍ରିନରେ କୌଣସି କ୍ଷତି ହେବ ନାହିଁ।  ୨୦୧୪ରେ ବଜାରକୁ ଆସିଥିବା Gorilla […]

gorilla-glass-5

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 07:58 PM IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ମୋବାଇଲ ସ୍କ୍ରିନ ଉପରେ ବ୍ୟବହାର କରାଯାଉଥିବା ଗରିଲା ଗ୍ଲାସର ପରବର୍ତ୍ତୀ ସଂସ୍କରଣ। ଏହାର ନାମ ରହିଛି  Gorilla Glass 5। ହାତରୁ ଖସିପଡିଲେ ସ୍ମାର୍ଟଫୋନ୍‌ ସ୍କ୍ରିନ୍‌ରେ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି କମ୍ପାନୀ ସ୍ୱତନ୍ତ୍ର ଜ୍ଞାନକୌଶଳରେ ଏହି ଗ୍ଲାସକୁ ବିକଶିତ କରିଛି। ଏହି ଗ୍ଲାସ ପାଞ୍ଚ ଫୁଟ ଉପରୁ ତଳକୁ ଖସିଲେ ମଧ୍ୟ ସ୍ମାର୍ଟଫୋନ୍‌ ଓ ଟ୍ୟାବ୍‌ର ସ୍କ୍ରିନରେ କୌଣସି କ୍ଷତି ହେବ ନାହିଁ।  ୨୦୧୪ରେ ବଜାରକୁ ଆସିଥିବା Gorilla Glass 4ର ସଫଳତା ପରେ ଏହି ଗେଜେଟକୁ କମ୍ପାନୀ ବିକଶିତ କରିଛି। ଏହା ସ୍ୱତନ୍ତ୍ର କୌଶଳରେ ପ୍ରସ୍ତୁତ କରାଯାଇଥିବାରୁ  ୫ଫୁଟରୁ ତଳକୁ ‌ଖସିଲେ ମଧ୍ୟ ଏହା ସ୍ମାର୍ଟଫୋନ୍‌କୁ ୮୦ ପ୍ରତିଶତ ସୁରକ୍ଷିତ ରଖିପାରିବ। ଏଥିରେ ଥିବା ସ୍ୱତନ୍ତ୍ର ଟେକ୍ନୋଲୋଜି ସ୍ମାର୍ଟଫୋନ୍‌କୁ ନଷ୍ଟ ହେବାରୁ ବଞ୍ଚାଇବ।

ପ୍ରଥମେ ଏହା ଲୋକପ୍ରିୟ ସ୍ମାର୍ଟଫୋନ୍‌ ପାଇଁ ନିର୍ମାଣ କରାଯିବ। ଏହାପରେ ଏହା ଟାବ୍‌ଲେଟ୍‌ ଓ ଆଇଫୋନ୍‌ ପାଇଁ ଉପଲବ୍ଧ ହେବ। ଏହାର ଦର ପୂର୍ବ ସଂସ୍କରଣର ଗରିଲା ଗ୍ଲାସ ଠାରୁ କିଛିଟା ଅଧିକ ପଡିପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Related story