Advertisment

ତେଲ ଦର ୩ ଟଙ୍କା ବଢ଼ିବ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିଥିବା ସତ୍ତ୍ୱେ ସରକାର କିନ୍ତୁ ତେଲର ଉତ୍ପାଦ ଶୁଳ୍କ ଓ ରୋଡ୍ ସେସ ବଢ଼ାଇଛନ୍ତି। ମୋଟ୍ ୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ତେଲର ଦାମ ଲିଟର ପିଛା ୩ଟଙ୍କା ବଢ଼ିବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମୁଥିବା ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଶନିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ତେଲର ଉତ୍ପାଦ ଶୁଳ୍କ ଲିଟର ପିଛା ୨ […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍ ବେଳେ ପେଟ୍ରୋଲ-ଡିଜେଲ ଦାମ୍ ବି ଲକ୍‌!

petrol-disel-pump

Advertisment

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିଥିବା ସତ୍ତ୍ୱେ ସରକାର କିନ୍ତୁ ତେଲର ଉତ୍ପାଦ ଶୁଳ୍କ ଓ ରୋଡ୍ ସେସ ବଢ଼ାଇଛନ୍ତି। ମୋଟ୍ ୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ତେଲର ଦାମ ଲିଟର ପିଛା ୩ଟଙ୍କା ବଢ଼ିବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମୁଥିବା ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଶନିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ତେଲର ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ବଢ଼ାଇଥିବା ବେଳେ ଲିଟର ପିଛା ରୋଡ୍ ସେସ୍ ୧ ଟଙ୍କା ବୃଦ୍ଧି କରିଛନ୍ତି।

Advertisment

ଇଣ୍ଡିଆନ୍ ଓଏଲ କର୍ପୋରେସନର ଓ୍ୱେବସାଇଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ପେଟ୍ରୋଲ ଦର ଲିଟର ପିଛା ୬୯.୮୭ ପଇସା ରହିଛି। ଉତ୍ପାଦ ଶୁଳ୍କ ଓ ରୋଡ୍ ସେସ୍ ଲଗାଇବା ପରେ ଲିଟର ପିଛା ୩ ଟଙ୍କା ବଢ଼ିଯିବ।

ଅଶୋଧିତ ତେଲର ଦାମ ୩୧ ପ୍ରତିଶତ ଶସ୍ତା ହୋଇଥିବା ବେଳେ ସରକାର ଏଭଳି ନିଷ୍ପତ୍ତି ନେଇ ଉପଭୋକ୍ତାଙ୍କ ଉପରେ କାହିଁକି ବୋଝ ଲଦିଲେ ଏ ନେଇ ବିଶେଷଜ୍ଞ ମତ ରଖିଛନ୍ତି। ଦେଶର ଅର୍ଥନୀତିକ ଅବସ୍ଥା ଖରାପ ରହିଛି। ଦୀର୍ଘ ଦିନ ହେବ ତେଲ ଲିଟର ପିଛା ୭୦ ଟଙ୍କାରୁ ଅଧିକ ରହୁଥିଲା। ଯଦି ଅନ୍ତର୍ଜାତୀୟ ବଜାର ଦର ଅନୁସାରେ ତେଲର ଦାମ କମାଇଥାନ୍ତେ ତାହେଲେ ଲିଟର ପିଛା ୭୦ ଟଙ୍କା ତଳେ ତେଲର ଦାମ ହୋଇଥାନ୍ତା। ହେଲେ ଏବେ ଉତ୍ପାଦ ଶୁଳ୍କ ଏବଂ ରୋଡ୍ ସେସ୍ ବଢ଼ାଇ ଅଧିକ ରାଜସ୍ୱ ବଢ଼ାଇବା ପାଇଁ ସରକାର ଚିନ୍ତା କରିଛନ୍ତି। ଏହାଦ୍ୱାରା ଦୁର୍ବଳ ଅର୍ଥନୀତିକୁ ସବଳ ହେବା ପାଇଁ ସୁଯୋଗ ମିଳିବ। ଯେହେତୁ ଅନ୍ତର୍ଜାତୀୟ ବଜାରରେ ତେଲର ଦାମ କମିଛି ତେଣୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

Advertisment

ଗୋଟିଏ ଲିଟର ପେଟ୍ରୋଲ ଦାମରୁ ପ୍ରାୟ ଅଧା ଟଙ୍କା ଟିକସ ହିସାବରେ ସରକାର (କେନ୍ଦ୍ର ଓ ରାଜ୍ୟ)ଙ୍କ ପକେଟକୁ ଯାଏ। ଯେଉଁଥିରୁ କେନ୍ଦ୍ର ପେଟ୍ରୋଲରୁ ଲିଟର ପିଛା ୧୯.୯୮ ଟଙ୍କା ଓ ଡିଜେଲରୁ ଲିଟର ପିଛା ୧୫.୮୩ ଟଙ୍କା ରାଜସ୍ୱ ସଂଗ୍ରହ କରିଥାଏ। ଏହାପରେ ବିଭିନ୍ନ ରାଜ୍ୟ ତେଲ ଉପରେ ୬% ରୁ ୩୯% ମଧ୍ୟରେ ରାଜସ୍ୱ ଆଦାୟ କରିଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe