କୋଡ଼ିଙ୍ଗାମାଳି ଖଣିରୁ ବେଦାନ୍ତକୁ ଯୋଗାଇ ଦିଆଯିବ ବକ୍ସାଇଟ: ଖଣିମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନିୟମ୍ କଂପାନୀକୁ ବକ୍ସାଇଟ୍ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। କୋରାପୁଟର କୋଡ଼ିଙ୍ଗାମାଳି ଖଣିରୁ ଓଏମ୍‌ସି ଜରିଆରେ କଞ୍ଚାମାଲ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଆଜି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ସେ କହିଛନ୍ତି,“ଓଏମ୍‌ସି କୋଡ଼ିଙ୍ଗାମାଳି ଖଣି ଲିଜ୍ ପାଇଛି। ସେଠାରୁ ଉତ୍ପାଦନ ଆରମ୍ଭ ହେଲେ ଆମେ ବେଦାନ୍ତକୁ ବକ୍ସାଇଟ ଯୋଗାଇ ଦେବୁ।” ରାଜ୍ୟର ଖଣି ନିଲାମୀ ପ୍ରକ୍ରିୟାକୁ […]

prafulla-malik

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 07:46 PM IST

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନିୟମ୍ କଂପାନୀକୁ ବକ୍ସାଇଟ୍ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। କୋରାପୁଟର କୋଡ଼ିଙ୍ଗାମାଳି ଖଣିରୁ ଓଏମ୍‌ସି ଜରିଆରେ କଞ୍ଚାମାଲ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଆଜି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ସେ କହିଛନ୍ତି,“ଓଏମ୍‌ସି କୋଡ଼ିଙ୍ଗାମାଳି ଖଣି ଲିଜ୍ ପାଇଛି। ସେଠାରୁ ଉତ୍ପାଦନ ଆରମ୍ଭ ହେଲେ ଆମେ ବେଦାନ୍ତକୁ ବକ୍ସାଇଟ ଯୋଗାଇ ଦେବୁ।”

ରାଜ୍ୟର ଖଣି ନିଲାମୀ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଥିବା ଖଣି ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି,“ଚଳିତ ମାସ ଶେଷ ସୁଦ୍ଧା ୫ଟି ଖଣିର ନିଲାମୀ କରିବାକୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ନିଲାମୀ ହେବାକୁ ଥିବା ଖଣି ମଧ୍ୟରେ ରହିଛି ୪ଟି ଲାଇମଷ୍ଟୋନ ଖଣି ଓ ଗୋଟିଏ ମାଙ୍ଗାନିଜ୍ ଖଣି। ଏସବୁ ଖଣି ହେଲା ମାଲକାନଗିରିର କୋଟାମେଟା, ଉସକାଲ ଭାଗୁ, ନୂଆପଡ଼ାର ଗାରାମୁରା, ବରଗଡ଼ର ଜାମ୍ପାଲି ଓ କେନ୍ଦୁଝରର ଲାର୍ସାଦା ପଛେରୀ।”

Related story