ଆଉ ଚିନ୍ତା କରନ୍ତୁନି, ଆଜିଠୁ ରେଷ୍ଟ୍ରୁରାଣ୍ଟରେ ଖାଇବା ହେଲା ଶସ୍ତା 

ଭୁବନେଶ୍ୱର: ଏସି ରେଷ୍ଟ୍ରୁରାଷ୍ଟରେ ଖାଇଲା ବେଳେ ଏବ ବେଫିକର ହୋଇ ଭୋଜନ କରନ୍ତୁ। କାରଣ ଆଗଭଳି ଆଉ ଟିକସ ବାବଦକୁ ଅଧିକ ଅର୍ଥ ଗଣିବାକୁ ପଡିବନି । ଜିଏସ୍‌ଟି ଲାଗୁ ହେବା ପରେ ପରିସ୍ଥିତି ଏମିତି ହୋଇଥିଲା ଯେ, ଲୋକେ ରଷ୍ଟ୍ରୁରାଣ୍ଟରେ ଖାଇବାକୁ ଏକ ରମକ ନାକ ଟେକୁଥିଲେ । ଉଚ୍ଚ ହାରରେ ଟିକସ ପାଇଁ ସୃଷ୍ଟି ହୋଇଥିଲା ଏମିତି ଅବସ୍ଥା। ହେଲେ ଏବେ ଆଉ ଚିନ୍ତା ନାହିଁ । ଏଥର ରେଷ୍ଟ୍ରୁରାଣ୍ଟରେ ଖାଇବା ପରେ ଟିକସ […]

family-eating-healthy

family-eating-healthy

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 08:10 PM IST

ଭୁବନେଶ୍ୱର: ଏସି ରେଷ୍ଟ୍ରୁରାଷ୍ଟରେ ଖାଇଲା ବେଳେ ଏବ ବେଫିକର ହୋଇ ଭୋଜନ କରନ୍ତୁ। କାରଣ ଆଗଭଳି ଆଉ ଟିକସ ବାବଦକୁ ଅଧିକ ଅର୍ଥ ଗଣିବାକୁ ପଡିବନି । ଜିଏସ୍‌ଟି ଲାଗୁ ହେବା ପରେ ପରିସ୍ଥିତି ଏମିତି ହୋଇଥିଲା ଯେ, ଲୋକେ ରଷ୍ଟ୍ରୁରାଣ୍ଟରେ ଖାଇବାକୁ ଏକ ରମକ ନାକ ଟେକୁଥିଲେ । ଉଚ୍ଚ ହାରରେ ଟିକସ ପାଇଁ ସୃଷ୍ଟି ହୋଇଥିଲା ଏମିତି ଅବସ୍ଥା। ହେଲେ ଏବେ ଆଉ ଚିନ୍ତା ନାହିଁ । ଏଥର ରେଷ୍ଟ୍ରୁରାଣ୍ଟରେ ଖାଇବା ପରେ ଟିକସ ବାବଦକୁ ଦେବାକୁ ପଡିବ ମାତ୍ର ୫%, ଯାହା ଆଗରୁ ୧୮% ଥିଲା।

ମୋଦି ସରକାର ଜିଏସ୍‌ଟି ଲାଗୁ କରିବାର ୧୩୨ ଦିନ ପରେ ନେଭେମ୍ବର ୧୦ ତାରିଖରେ ଏଥିରେ ପ୍ରଥମ ପରିବର୍ତ୍ତନ ଆଣିଥିଲେ। ପୂର୍ବରୁ ୨୨୮ଟି ସାମଗ୍ରୀ ଉପରେ ୨୮% ଟିକସ ଲାଗୁଥିଲା। ଇତିମଧ୍ୟରେ ଏହି ୨୨୮ ସାମଗ୍ରୀ ମଧ୍ୟରୁ ୧୭୮ ସାମଗ୍ରୀ ଉପରେ ୧୮% ଟ୍ୟାକ୍ସ ଧାର୍ଯ୍ୟ କରାଯାଇଛି। ଫଳରେ ମାତ୍ର ୫୦ଟି ସାମଗ୍ରୀ ଉପରେ ଏବେ ୨୮% ଟିକସ ଲାଗିବ।

ଶୁଣିଲେ ଖୁସି ହେବେ ଯେ, ସରକାରଙ୍କ ଘୋଷଣା ମୁତାବକ ୨୧୧ ପ୍ରକାର ଉତ୍ପାଦ ବୁଧବାରଠାରୁ ଶସ୍ତା ହୋଇଯାଇଛି। ତାହେଲେ ଆସନ୍ତୁ ଜାଣିବା କ’ଣ ସେଗୁଡିକ।

ଏହି ସବୁ ସାମଗ୍ରୀ ଉପରେ ଏବେ ୧୮% ଟିକସ

ଖାଦ୍ୟ/ପାନୀୟ: ଚୁଇଁଗମ୍‌, ଚକୋଲେଟ୍‌, କୋକୋଯୁକ୍ତ ଖାଦ୍ୟ, ମୃଦୁ ପାନୀୟ, ଇନ୍‌ଷ୍ଟେଣ୍ଟ କଫି

କସ୍‌ମେଟିକ୍ସ: ପାଉଡର, ମେକ୍‌ଅପ୍‌ କିଟ୍‌, ସେଭିଂ କ୍ରିମ୍‌, ଡିଓଡ୍ରେଣ୍ଟ, ପରଫ୍ୟୁମ୍‌, ସ୍ୟାମ୍ପୁ, ହେୟାର କ୍ରିମ୍‌, କଲର, ହୀନା ପାଉଡର

ନିଜସ୍ୱ ପ୍ରୟୋଗ ଲାଗି ବ୍ୟବହୃତ ବସ୍ତୁ: ସାମ୍ପୁ, ଜୋତା ପଲିସ୍‌, ରେଜର, ବ୍ଲେଡ, ରୁମ୍‌ ଫ୍ରେସ୍‌ନର, ଲାଇଟର୍‌, ଘଡି,  ଲେଦର କପଡା

ଘରୋଇ ସାମଗ୍ରୀ: ଡିଟରଜେଣ୍ଟ, ଲିକୁଇଡ୍‌ ସୋପ୍‌, ଫଟୋଫ୍ରେମ୍‌, ବ୍ରିଫ୍‌କେସ୍‌, ଜୁଏଲାରୀ ବକ୍ସ, କୁକର, କିଚନ୍‌ୱେର

ବିଦ୍ୟୁତ୍‌ ଯନ୍ତ୍ରାଂଶ: ସୁଇଚ୍‌, ସର୍କିଟ, ଫ୍ୟୁଜ୍‌, ପ୍ଲଗ୍‌, ତାର, ବୋର୍ଡ, କନ୍‌ସୋଲ, ଫ୍ୟାନ୍‌, ମୋଟର ପମ୍ପ, କେମ୍ପସର, ଲ୍ୟାମ୍ପ, ବ୍ୟାଟରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos