ଡିସେମ୍ବରରେ ୬ଲକ୍ଷ ସାଇକେଲ୍ ବିକ୍ରି କରିଛି ହିରୋ

ନୂଆଦିଲ୍ଲୀ: ଡିସେମ୍ବରରେ ରେକର୍ଡ ସଂଖ୍ୟକ ସାଇକେଲ୍ ବିକ୍ରି କରିଛି ବାଇସାଇକେଲ୍ ନିର୍ମାତା କମ୍ପାନୀ ହିରୋ। ଏହି କମ୍ପାନୀ ୨୦୧୫ ଡିସେମ୍ବର ମାସରେ ଭାରତରେ ମୋଟ ୬ ଲକ୍ଷ ୟୁନିଟ୍ ସାଇକେଲ ବିକ୍ରି କରିଛି। ଯାହାକି ୨୦୧୪ ଡିସେମ୍ବର ମାସରେ ବିକ୍ରି ହୋଇଥିବା ସାଇକେଲ ତୁଳନାରେ ୨୦ ପ୍ରତିଶତ ଅଧିକ। ଗୋଟିଏ ମାସରେ ଭାରତରେ ଏତେ ସଂଖ୍ୟକ ସାଇକେଲ ବିକ୍ରି କରି ହିରୋ ରେକର୍ଡ ସ୍ଥାପନ କରିଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୁଖ୍ୟତଃ ଗ୍ରାମାଞ୍ଚଳ ଓ […]

Hero Cycles sells record 6 lakh units in December

Rakesh Mallick
  • Published: Monday, 04 January 2016
  • , Updated: 06 January 2016, 03:37 AM IST

ନୂଆଦିଲ୍ଲୀ: ଡିସେମ୍ବରରେ ରେକର୍ଡ ସଂଖ୍ୟକ ସାଇକେଲ୍ ବିକ୍ରି କରିଛି ବାଇସାଇକେଲ୍ ନିର୍ମାତା କମ୍ପାନୀ ହିରୋ। ଏହି କମ୍ପାନୀ ୨୦୧୫ ଡିସେମ୍ବର ମାସରେ ଭାରତରେ ମୋଟ ୬ ଲକ୍ଷ ୟୁନିଟ୍ ସାଇକେଲ ବିକ୍ରି କରିଛି। ଯାହାକି ୨୦୧୪ ଡିସେମ୍ବର ମାସରେ ବିକ୍ରି ହୋଇଥିବା ସାଇକେଲ ତୁଳନାରେ ୨୦ ପ୍ରତିଶତ ଅଧିକ। ଗୋଟିଏ ମାସରେ ଭାରତରେ ଏତେ ସଂଖ୍ୟକ ସାଇକେଲ ବିକ୍ରି କରି ହିରୋ ରେକର୍ଡ ସ୍ଥାପନ କରିଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୁଖ୍ୟତଃ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରରେ ଅଧିକ ସାଇକେଲ ବିକ୍ରି ହୋଇଛି। ସାଇକେଲ ନିର୍ମାଣ କରିବାରେ କମ୍ପାନୀ ଦେଶରେ ଏକ ମାଇଲଷ୍ଟୋନ୍ ସ୍ଥାପନ କରିଛି ବୋଲି ହିରୋ ସାଇକେଲର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକ ପଙ୍କଜ ମୁଞ୍ଜାଲ କହିଛନ୍ତି।

୨୦୧୪-୧୫ରେ କମ୍ପାନୀର ୫୫ ଲକ୍ଷ ସାଇକେଲ୍ ତିଆରି କରିଥିବା ବେଳେ ୩୦୦୦ କୋଟି ଟଙ୍କାର ଟର୍ଣ୍ଣ ଓଭର ପାଇଥିଲା।

Related story