ସରକାରୀ ଧାର୍ଯ୍ୟ ଅନୁସାରେ ଜଣେ ହୋଲସେଲର ୨୦୦୦ କ୍ୱିଣ୍ଟାଲ ଡାଲି ଓ ୨୦ କ୍ୱିଣ୍ଟାଲ ଖାଇବା ତେଲ ଗଚ୍ଛିତ ରଖି ପାରିବେ। ରିଟେଲର ମାନେ ୫୦ କ୍ୱିଣ୍ଟାଲ ଡାଲି ଓ ୨୦ କ୍ୱିଣ୍ଟାଲ ଖାଇବା ତେଲ ରଖି ପାରିବେ। ସେହିପରି ହୋଲସେଲରମାନେ ୫୦୦ କ୍ୱିଣ୍ଟାଲ ଏବଂ ରିଟେଲରମାନେ ୫୦ କ୍ୱିଣ୍ଟାଲ ତୈଳବୀଜ ତେଲ ରଖି ପାରିବେ।
ଡାଲି ବିକ୍ରି ପାଇଁ ନୂଆ ଲାଇସେନ୍ସ କଲେ ହୋଲସେଲିଂ ପାଇଁ ୫୦୦୦ ଏବଂ ରିଟେଲିଂ ପାଇଁ ୫୦୦ ଟଙ୍କା ଫି’ ଦେବାକୁ ପଡିବ। ରିନ୍ୟୁଆଲ ଫି’ ହୋଲସେଲିଂ ପାଇଁ ୩୭୫୦ ଟଙ୍କା ଓ ରିଟେଲିଂ ପାଇଁ ୩୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଡାଲି ଓ ତେଲ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଫି’ ହୋଲସେଲିଂ ପାଇଁ ୫୦୦ ଓ ରିଟେଲିଂ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଅନ୍ୟପକ୍ଷରେ ଚଳିତବର୍ଷ ସିକ୍ୟୁରିଟି ଡିପୋଜିଟ୍ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି।
“ଗେଜେଟ୍ ନୋଟିଫିକେସନ ହୋଇ ନ ଥିବାରୁ ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ୭ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ” ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।
ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଷ୍ଟକ୍ ଲିମିଟ୍କୁ ଓଡ଼ିଶା ବ୍ୟବସାୟୀ ମହାସଂଘ ବିରୋଧ କରିଛି। ଷ୍ଟକ୍ ଲିମିଟ୍ କମ ରହିଲେ ଦରଦାମ ବଢିବାର ଆଶଙ୍କା ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସେହିପରି ଲାଇସେନ୍ସ ଫି’ ବ୍ୟବସ୍ଥାକୁ ମଧ୍ୟ ସଂଘ ବିରୋଧ କରିଛି।