iPhone 8 ଓ iPhone 8 Plus ରେଡ ସ୍ପେଶାଲ ଏଡିସନର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଆପଲ କମ୍ପାନୀ ଭାରତରେ iPhone 8 ଓ iPhone 8 Plus ରେଡ ସ୍ପେଶାଲ ଏଡିଶନ ଲଞ୍ଚ କରିଦେଇଛି। ଗତ ୨୦ ତାରିଖରୁ ଏହାର ବିକ୍ରି ଭାରତରେ ଆରମ୍ଭ ହୋଇଛି। ଫ୍ଲିପ୍‌କାର୍ଟରେ ଏହାକୁ ଆପଣ ବୁକିଂ କରିପାରିବେ। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ iPhone ରେଡ ଏଡିଶନ ଲଞ୍ଚ କରିଥାଏ। ଆଫ୍ରିକାରେ HIV/AIDS ବିରୋଧରେ ଲଢେଇ ପାଇଁ ଫଣ୍ଡ ଯୋଗାଡ଼ କରିବାକୁ କମ୍ପାନୀ ରେଡ ସ୍ପେଶାଲ ଏଡିଶନ ଲଞ୍ଚ କରିଥାଏ। iPhone 8 ଏବଂ iPhone 8 […]

iphone_8_red_main_1524812294_618x347

iphone_8_red_main_1524812294_618x347

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 08:58 AM IST

ନୂଆଦିଲ୍ଲୀ: ଆପଲ କମ୍ପାନୀ ଭାରତରେ iPhone 8 ଓ iPhone 8 Plus ରେଡ ସ୍ପେଶାଲ ଏଡିଶନ ଲଞ୍ଚ କରିଦେଇଛି। ଗତ ୨୦ ତାରିଖରୁ ଏହାର ବିକ୍ରି ଭାରତରେ ଆରମ୍ଭ ହୋଇଛି। ଫ୍ଲିପ୍‌କାର୍ଟରେ ଏହାକୁ ଆପଣ ବୁକିଂ କରିପାରିବେ। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ iPhone ରେଡ ଏଡିଶନ ଲଞ୍ଚ କରିଥାଏ। ଆଫ୍ରିକାରେ HIV/AIDS ବିରୋଧରେ ଲଢେଇ ପାଇଁ ଫଣ୍ଡ ଯୋଗାଡ଼ କରିବାକୁ କମ୍ପାନୀ ରେଡ ସ୍ପେଶାଲ ଏଡିଶନ ଲଞ୍ଚ କରିଥାଏ।

iPhone 8 ଏବଂ iPhone 8 Plus ର ରେଡ ଏଡିଶନ ଡୁଆଲ ମେମୋରୀ Variants 64GB ଓ 256GB ରେ ଉପଲବ୍ଧ ହେଉଛି।  ୬୭,୯୪୦ ଟଙ୍କାରେ 64GB iPhone 8 କିଣି ପାରିବେ। ସେହିପରି ୮୧,୫୦୦ ଟଙ୍କାରେ 256GB Variants ମିଳୁଛି।

64GB Variants ର iPhone 8 Plus ଦାମ ୭୭,୫୬୦ ଟଙ୍କା ହୋଇଥିବା ବେଳେ 256GB ମେମୋରୀର 256GB ଦାମ ୯୧,୧୧୦ ଟଙ୍କା ରହିଛି।

iPhone 8 ଓ iPhone 8 Plusରେ Apple A11 Bionic ସିକ୍ସ-କୋର ଚିପ୍‌ସେଟ୍‌, ନୂଆ କ୍ୟାମେରା, ଲାଉଡର ଷ୍ଟିରିଓ ସ୍ପିକର  ରହିଛି। ଏଥିରେ iPhone 7-7 Plus ପରି ୪.୭ ଇଞ୍ଚ  ଓ ୫.୫ ଇଞ୍ଚର ଡିସ୍‌ପ୍ଲେ ଦିଆଯାଇଛି। iPhone 8 ଓ 8 Plus ସିଲଭର, ସ୍ପେସ୍‌ ଗ୍ରେ ଓ ଗୋଳ୍ଡ କଲରରେ ଉପଲବ୍ଧ ହେଉଛି।

iPhone 8 ଓ 8 Plus ର ରିୟରରେ f/1.8 Aperture ସହ 12MP ର କ୍ୟାମେରା ଦିଆଯାଇଛି। ଏହାସହ 8 Plus ରେ ଡୁଆଲ ମ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିପାଇଁ ଏହାର ରିୟରରେ f/2.8 Aperture ସହ 12MP ଟେଲିଫୋଟୋ କ୍ୟାମେରା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos