Advertisment

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ? ପଢ଼ନ୍ତୁ କେତୋଟି ଟିପ୍ସ

ନିଯୁକ୍ତି ବଜାରର ଭିଡ଼ ଭିତରେ ନିଜକୁ  ସ୍ୱତନ୍ତ୍ର ପ୍ରତିପାଦିତ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତି ଦରକାର। ପ୍ରତିଯୋଗିତାରେ ସଫଳ ହେବା ପାଇଁ ହେଲେ ନିଜର କ୍ଷମତାକୁ ଶାଣିତ ଏବଂ ମାର୍ଜିତ କରିବା ଉଚିତ। ସବୁକଥା ଭାଗ୍ୟ ଉପରେ ଛାଡ଼ି ନ ଦେଇ ଉପଯୁକ୍ତ ପ୍ରସ୍ତୁତି ପାଇଁ ପ୍ରତିଜ୍ଞାବଦ୍ଧ ହେବା ଭଲ।    ତେବେ ସାକ୍ଷାତକାର ଦେବାକୁ ଯାଉଥିଲେ ପଢ଼ନ୍ତୁ ଏଇ କେତୋଟି ଟିପ୍‌ସ…   ୧- କମ୍ପାନୀ ବା ସଂସ୍ଥା ବାବଦରେ କରନ୍ତୁ ରିସର୍ଚ୍ଚ    ଯେଉଁ […]

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ? ପଢ଼ନ୍ତୁ କେତୋଟି ଟିପ୍ସ 

1-n

Advertisment
ନିଯୁକ୍ତି ବଜାରର ଭିଡ଼ ଭିତରେ ନିଜକୁ  ସ୍ୱତନ୍ତ୍ର ପ୍ରତିପାଦିତ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତି ଦରକାର। ପ୍ରତିଯୋଗିତାରେ ସଫଳ ହେବା ପାଇଁ ହେଲେ ନିଜର କ୍ଷମତାକୁ ଶାଣିତ ଏବଂ ମାର୍ଜିତ କରିବା ଉଚିତ। ସବୁକଥା ଭାଗ୍ୟ ଉପରେ ଛାଡ଼ି ନ ଦେଇ ଉପଯୁକ୍ତ ପ୍ରସ୍ତୁତି ପାଇଁ ପ୍ରତିଜ୍ଞାବଦ୍ଧ ହେବା ଭଲ। 
Advertisment
 
ତେବେ ସାକ୍ଷାତକାର ଦେବାକୁ ଯାଉଥିଲେ ପଢ଼ନ୍ତୁ ଏଇ କେତୋଟି ଟିପ୍‌ସ...
 
୧- କମ୍ପାନୀ ବା ସଂସ୍ଥା ବାବଦରେ କରନ୍ତୁ ରିସର୍ଚ୍ଚ
 
 ଯେଉଁ କମ୍ପାନୀରେ ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯାଉଛନ୍ତି ସେହି କମ୍ପାନୀ ବା ସଂସ୍ଥା ସମ୍ପର୍କରେ ରିସର୍ଚ୍ଚ କରନ୍ତୁ। କମ୍ପାନୀର ସର୍ଭିସ୍‌ ବା ପ୍ରଡକ୍ଟ କ’ଣ? ଏହାର କମ୍ପିଟିଟର ମାନେ କିଏ? କମ୍ପାନୀକୁ ନେଇ ନିକଟରେ କ’ଣ ସବୁ ଖବର ରହିଛି। କମ୍ପାନୀର ଗୁରୁଦାୟିତ୍ୱରେ କିଏ ସବୁ ଅଛନ୍ତି। କମ୍ପାନୀର ବ୍ରାଣ୍ଡ୍ ଭାଲ୍ୟୁ ମାର୍କେଟ୍‌ରେ କିପରି ରହିଛି? ଏଭଳି କିଛି କଥା ଜାଣି ରଖନ୍ତୁ। କାରଣ ଆଜିର ଇଣ୍ଟରନେଟ୍ ଯୁଗରେ ଏସବୁ ଜାଣିବା ଅତି ସହଜ।
publive-image
୨- ଜେଣ୍ଟଲ୍‌ ଲୁକ୍‌
 
ଇଣ୍ଟର୍ଭ୍ୟୁରେ କିଭଳି ଡ୍ରେସ ପିନ୍ଧିବେ ତାହା ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ। ଅନେକେ ଭାବନ୍ତି ଜ୍ଞାନ ଥିଲେ ବାହ୍ୟ ସାଜସଜା ନଥିଲେ ବି କିଛି ଫରକ ପଡ଼ିବନି। କିନ୍ତୁ ତାହା ଭୁଲ୍‌। କଥାରେ ଅଛି ଭେକ ଥିଲେ ଭିକ ମିଳେ। ଗାଁ ପରିମଳ ଧୋବା ତୁଠରୁ। ତେଣୁ ଇଣ୍ଟରଭ୍ୟୁ ଯିଏ ନେଉଥିବେ ତାଙ୍କୁ ଆପଣ ମାର୍ଜିତ ଏବଂ ଭଦ୍ର ଦେଖାଯାଉଥିବା ଉଚିତ୍। ଏହି ଦୃଷ୍ଟିରୁ ପୋଷାକ ପରିପାଟୀ ଏବଂ ସାଜସଜ୍ଜାରେ ଅବହେଳା କରିବା ଅନୁଚିତ। କିନ୍ତୁ ଏଥିରେ ଅଧିକ ଚାକଚକ୍ୟ ଦେଖାଇବା ମଧ୍ୟ ଭଲ ନୁହେଁ।
Advertisment
 
୩- ପୂର୍ଣ୍ଣ ପ୍ରସ୍ତୁତି
 
ସାକ୍ଷାତକାର ପୂର୍ବରୁ ଆପଣଙ୍କୁ ଯେଉଁ ସବୁ ଡକ୍ୟୁମେଣ୍ଟ୍ ଆଣିବାକୁ କୁହାଯାଇଛି ସେ ସବୁ ଠିକ୍‌ ଭାବେ ସଜ କରି ରଖନ୍ତୁ। କାହାର କେତୋଟି କପି ଆବଶ୍ୟକ, କେଉଁଥିରେ ଓରିଜିନାଲ୍ ଦରକାର, କେତୋଟି ଫଟୋ, ବାଓ ପ୍ରୋଫାଇଲ୍ ଆଦି ଯାହା ଯାହା ତଥ୍ୟ ଆବଶ୍ୟକ, ସେ ସବୁକୁ ସମୟର ଯଥେଷ୍ଟ ପୂର୍ବରୁ ସଜିଲ୍‌ କରନ୍ତୁ।
 
୪- ସମୟାନୁବର୍ତ୍ତିତା
 
ଭୁଲ୍‌ରେ ବି ଇଣ୍ଟରଭ୍ୟୁକୁ ବିଳମ୍ବରେ ଯାଆନ୍ତୁ ନାହିଁ। ପ୍ରଥମ କଥା ହେଲା ଆପଣଙ୍କୁ କେତେବେଳେ ବି ଡାକରା ଆସିପାରେ। ତେଣୁ ସମୟର ଯଥେଷ୍ଟ ପୂର୍ବରୁ ଯାଇ ଯଥା ସ୍ଥାନରେ ପହଞ୍ଚିଯିବା ଭଲ। ସେହି ଅନୁସାରେ ଘରୁ କେତେବେଳେ ବାହାରିଲେ ଠିକଣା ସ୍ଥାନରେ ସମୟ ପୂର୍ବରୁ ପହଞ୍ଚି ହେବ, ତାହାକୁ ନେଇ ସଚେତନ ରୁହନ୍ତୁ।
 
୫- ସକ୍ରିୟ ଓ ସାବଧାନ ରୁହନ୍ତୁ
 
ଅନେକ ସମୟରେ ଏଭଳି ହୁଏ, ଅଧିକ ଜାଣିଥିବା ଓ ଭଲ କହୁଥିବା ପିଲା ଫେଲ୍ ହୁଏ କିନ୍ତୁ କମ୍ ଜାଣିଥିବା ପିଲା ବି ପାସ୍‌ କରେ। ନିଜର ଉପସ୍ଥାପନା ଶୈଳୀ ଯେପରି ମାର୍ଜିତ ହେବ, ସେ ନେଇ ତିଳେ ହେଲେ ହେଳା ବର୍ଜ୍ଜନୀୟ। ଇଣ୍ଟରଭ୍ୟୁ ପୂର୍ବରୁ ଦର୍ପଣ ଆଗରେ ଆପଣ ବାରମ୍ବାର ଅଭ୍ୟାସ କରିବା ଦରକାର। ସାକ୍ଷାତକାର ବେଳେ ଏଣେ ତେଣେ ନ ଚାହିଁ  ଆଇ କଣ୍ଟାକ୍ଟ ସାକ୍ଷାତକାର ନେଉଥିବା ଅଧିକାରୀଙ୍କ ଆଡ଼କୁ ରହିବା ଭଲ। ଯାହା ବି ଉତ୍ତର ଦେଉଛନ୍ତି ତାହା ଦମ୍ଭ ସହକାରେ ନିଶ୍ଚିତ ହୋଇ କୁହନ୍ତୁ। 
publive-image
୬- ଶୁଣିବାର ଧୈର୍ଯ୍ୟ
 
ଶୁଣିବାର ଧୈର୍ଯ୍ୟ ଆଜି ସମୟରେ ଯୁବପିଢିଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଦେଖିବାକୁ ମିଳେନାହିଁ। ଏହା ଏକ ବଡ଼ ଅଭାବ। କିନ୍ତୁ ଯିଏ ଧୀରସ୍ଥିର ଚିତ୍ତରେ ଶୁଣେ ତାକୁ ପ୍ରଶ୍ନକୁ ବୁଝିବା ସହଜ ହୁଏ। ଅନ୍ୟମନସ୍କ ନ ହୋଇ ଶୁଣିଲେ ଯେ କୌଣସି ପ୍ରଶ୍ନକୁ ଠିକ୍ ବୁଝି ହୁଏ।
 
୭- ଜାଣି ନଥିଲେ ଠକନ୍ତୁ ନାହିଁ
 
ଆପଣ ଯେ ସବୁ ପ୍ରଶ୍ନର ଉତ୍ତର ଜାଣିଛନ୍ତି ସେଭଳି  ଧାରଣା ରଖନ୍ତୁ ନାହିଁ। ଜାଣି ନଥିବା ପ୍ରଶ୍ନରେ ଅନ୍ଦାଜମାରି ଉତ୍ତର ଦେବା ଅପେକ୍ଷା ସ୍ପଷ୍ଟ ଭାବେ ମନା କରିଦେବା ବରଂ ଭଲ। ଉତ୍ତର ଆସୁନଥିଲେ, କହିଦିଅନ୍ତୁ ଯେ ଆପଣ ଜାଣନ୍ତି ନାହିଁ। ଭୁଲରେ ବି ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।  ପ୍ରଶ୍ନର ଠିକ୍ ଉତ୍ତର ସଂକ୍ଷିପ୍ତ ଓ ସରଳ ଭାବେ ରଖିବା ଭଲ। 
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe