କଟକ: ଚୌଦ୍ୱାର ସ୍ଥିତ ଇମ୍ଫା ପରିସରରେ ୪୫ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଫ୍ୟାକ୍ଟ୍ରି ଏବଂ ବଏଲର ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ବିଜନେସ୍ ଯୁନିଟ୍ ମୁଖ୍ୟ ତଥା ଉପସଭାପତି ବିଜୟାନନ୍ଦ ମହାପାତ୍ର, ଫେରୋଆଲଏଜ୍ ଉପସଭାପତି ଧନଞ୍ଜୟ ସେନାପତି ଓ ଏଚଆର ଜେନେରାଲ ମ୍ୟାନେଜର ଅଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନିରାପତ୍ତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ନିରାପତ୍ତା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଇମ୍ଫାର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ। ମନୋଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।