‘୧୦୯୨ ଜଣଙ୍କ ଖାତାରେ ୫୦ ଲକ୍ଷରୁ ଅଧିକ ଟଙ୍କା ଜମା ହୋଇଛି’

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୧୦୯୨ ଜଣଙ୍କ ଖାତାରେ ଜମା ହୋଇଛି ୫୦ ଲକ୍ଷରୁ ଅଧିକ ଲେଖାଏଁ ଟଙ୍କା। ଆୟ ଉତ୍ସ ଓ ଜମା ସମ୍ପର୍କରେ ସଠିକ ତଥ୍ୟ ଦେବାକୁ ଏସବୁ ଅଘୋଷିତ ନଗଦ ଜମାକାରୀଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶେଷ ସୁଯୋଗ ଦିଆଯାଇଛି। ପରେ ଅଘୋଷିତ ଆୟର ଜମାର ପ୍ରମାଣ ମିଳିଲେ ଜମା ଟଙ୍କାରୁ ୮୭.୨୫ ପ୍ରତିଶତ ଜରିମାନା ଆଦାୟ କରାଯିବ ବୋଲି ଭୁବନେଶ୍ୱର ସ୍ଥିତ ଉପ-ଆୟକର ଆୟୁକ୍ତ […]

incomtex

incomtex

Rakesh Mallick
  • Published: Friday, 10 March 2017
  • Updated: 10 March 2017, 10:37 PM IST

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୧୦୯୨ ଜଣଙ୍କ ଖାତାରେ ଜମା ହୋଇଛି ୫୦ ଲକ୍ଷରୁ ଅଧିକ ଲେଖାଏଁ ଟଙ୍କା। ଆୟ ଉତ୍ସ ଓ ଜମା ସମ୍ପର୍କରେ ସଠିକ ତଥ୍ୟ ଦେବାକୁ ଏସବୁ ଅଘୋଷିତ ନଗଦ ଜମାକାରୀଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶେଷ ସୁଯୋଗ ଦିଆଯାଇଛି। ପରେ ଅଘୋଷିତ ଆୟର ଜମାର ପ୍ରମାଣ ମିଳିଲେ ଜମା ଟଙ୍କାରୁ ୮୭.୨୫ ପ୍ରତିଶତ ଜରିମାନା ଆଦାୟ କରାଯିବ ବୋଲି ଭୁବନେଶ୍ୱର ସ୍ଥିତ ଉପ-ଆୟକର ଆୟୁକ୍ତ ସନ୍ଦୀପ ଲକଡ଼ା କହିଛନ୍ତି।

ବିମୁଦ୍ରାକରଣ ପରେ ୩୮୦ ଜଣଙ୍କ ଅର୍ଥ ଉତ୍ସକୁ ସନ୍ଦେହ ଆଖିରେ ଦେଖିଛି ଆୟକର ବିଭାଗ। ଅଘୋଷିତ ଆୟ ଜମା କରିଥିବା ଗ୍ରାହକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ପରାମର୍ଶ ଦେଇଛି ଆୟକର ବିଭାଗ। ଏହି ଯୋଜନାରେ ଜମା କଲେ ୪୯.୫ ପ୍ରତିଶତ ଟ୍ୟାକ୍ସ କଟିବା ପରେ କଳାଟଙ୍କା ଧଳା ହୋଇଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos