ବଜାରକୁ ଆସୁଛି ୬ଜିବି ରାମର ସ୍ମାର୍ଟଫୋନ୍‌, ଦାମ ୨୦,୦୦୦ ଟଙ୍କାରୁ କମ୍‌

ନୂଆଦିଲ୍ଲୀ: ଟ୍ରାଞ୍ଜିସନ ହୋଲଡିଂ ବ୍ରାଣ୍ଡ ଇନଫିନିକ୍ସ (Infinix) ପକ୍ଷରୁ ମଙ୍ଗଳବାର ଏକ ନୂଆ ବ୍ରାଣ୍ଡ ଫୋନ୍‌ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି।  ଏହି ସ୍ମାର୍ଟଫୋନ୍‌ର ନାଁ ରଖାଯାଇଛି Infinix Zero 5। ଏହା ପୂର୍ବରୁ ଉକ୍ତ କମ୍ପାନୀ ପକ୍ଷରୁ Note 4 and Hot 4 Pro ଲଞ୍ଚ  ହୋଇସାରିଛି।  ୬ ଜିବି ରାମ ବିଶିଷ୍ଟ ଏହି ଫୋନ 5.98 ଇଞ୍ଚ  ହୋଇଥିବା ବେଳେ ଏହାର FHD 1080p ମାନର।  ଗରିଲା ଗ୍ଲାସ ପ୍ରୋଟେକ୍ସନ ଥିବା ଏହି […]

phone

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 05:29 PM IST

ନୂଆଦିଲ୍ଲୀ: ଟ୍ରାଞ୍ଜିସନ ହୋଲଡିଂ ବ୍ରାଣ୍ଡ ଇନଫିନିକ୍ସ (Infinix) ପକ୍ଷରୁ ମଙ୍ଗଳବାର ଏକ ନୂଆ ବ୍ରାଣ୍ଡ ଫୋନ୍‌ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି।  ଏହି ସ୍ମାର୍ଟଫୋନ୍‌ର ନାଁ ରଖାଯାଇଛି Infinix Zero 5। ଏହା ପୂର୍ବରୁ ଉକ୍ତ କମ୍ପାନୀ ପକ୍ଷରୁ Note 4 and Hot 4 Pro ଲଞ୍ଚ  ହୋଇସାରିଛି।  ୬ ଜିବି ରାମ ବିଶିଷ୍ଟ ଏହି ଫୋନ 5.98 ଇଞ୍ଚ  ହୋଇଥିବା ବେଳେ ଏହାର FHD 1080p ମାନର।  ଗରିଲା ଗ୍ଲାସ ପ୍ରୋଟେକ୍ସନ ଥିବା ଏହି ଫୋନ୍‌ର 2.6GHz octa-core MediaTek P25 ପ୍ରସେସର ରହିଛି।

ସେହିପରି ଏହାର ଇଣ୍ଟରନାଲ ମେମୋରି 64GB ରହିଛି। ଏହାର ଇଣ୍ଟରନାଲ ଷ୍ଟୋରେଜ୍‌ ବୃଦ୍ଧି ପାଇଁ ମଧ୍ୟ ଅପ୍ସନ ରହିଛି। ଏଥିରେ 128GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍‌ ବୃଦ୍ଧି  କରିହେବ। ସେହିପରି ଫଟୋଗ୍ରାଫି ଦୃଷ୍ଟିରୁ  ଏଥିରେ ଥିବା କ୍ୟାମେରାର ମାନ ଉନ୍ନତମାନର ରହିଛି। ରିଅର ୧୩ ମେଗାପିକ୍ସେଲ ଥିବା ବେଳେ ଫ୍ରଣ୍ଟରେ ୧୨ ମେଗା ପିକ୍ସେଲ ରହିଛି। 4350mAhର ବ୍ୟାଟେରି କ୍ଷମତା ଥିବା ଏହି ଫୋନ୍‌ର ଦାମ ୨୦, ୦୦୦ ଟଙ୍କାରୁ କମ୍‌ ରହିଛି। ସେହିପରି ବିଭିନ୍ନ ରଙ୍ଗରେ ଏହି ସେଟ୍‌ ଉପଲବ୍ଧ।

Related story