ଇନ୍‌ଭେଷ୍ଟ ଇଣ୍ଡିଆ ସହ ରାଜ୍ୟ ସରକାରଙ୍କ ଏମ୍‌ଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ଷ୍ଟାଟ ଅପ୍‌ ଓଡ଼ିଶାକୁ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଇନଭେଷ୍ଟ ଇଣ୍ଡିଆ ସହ ରାଜ୍ୟ ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଜ୍ଞାନ ବିନିମୟ, ପୁଞ୍ଜି ସଂଗ୍ରହ ଓ ଓଡ଼ିଶା ଷ୍ଟାଟ୍‌ଅପ୍‌ ସହ ସଂଯୋଗୀକରଣ କରାଯାଇ ପାରିବ। ଏଥିଲାଗି ଏକ ହେଲ୍ପ ଲାଇନ୍‌ ନମ୍ୱର ମଧ୍ୟ ଜାରି କରାଯାଇଛି। ଫୋକସରେ ଫୁଡ୍‌, କୃଷି ଓ ମସଲା ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। […]

stateas-infia

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 09:54 PM IST

ଭୁବନେଶ୍ୱର: ଷ୍ଟାଟ ଅପ୍‌ ଓଡ଼ିଶାକୁ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଇନଭେଷ୍ଟ ଇଣ୍ଡିଆ ସହ ରାଜ୍ୟ ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଜ୍ଞାନ ବିନିମୟ, ପୁଞ୍ଜି ସଂଗ୍ରହ ଓ ଓଡ଼ିଶା ଷ୍ଟାଟ୍‌ଅପ୍‌ ସହ ସଂଯୋଗୀକରଣ କରାଯାଇ ପାରିବ। ଏଥିଲାଗି ଏକ ହେଲ୍ପ ଲାଇନ୍‌ ନମ୍ୱର ମଧ୍ୟ ଜାରି କରାଯାଇଛି।

ଫୋକସରେ ଫୁଡ୍‌, କୃଷି ଓ ମସଲା ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨୫ଟି ଷ୍ଟାଟଅପ୍‌ ଏମ୍‌ଏସ୍‌ଏମ୍‌ରେ ପଞ୍ଜିକୃତ ହୋଇଛନ୍ତି। ଏହାକୁ ୧୦୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

Related story