ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ସଂସ୍କାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ନିବେଶ ନେଇ ଥିବା ଜଟିଳ ପ୍ରକ୍ରିୟାର ସରଳୀକରଣ ଓ ନୂଆ ଶିଳ୍ପନୀତି ଅନୁସାରେ ସଂସ୍କାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଚଳିତ ମାସ ଶେଷ ସୁଦ୍ଧା ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଶନିବାର ଶିଳ୍ପ, ରାଜସ୍ୱ, ଶ୍ରମ, ଶକ୍ତି ଓ ଆଇନ୍ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇଜ୍ ଅଫ୍ ଡୁଇଂ ବିଜିନେସ୍ କ୍ଷେତ୍ରରେ ରାଜ୍ୟରେ ଅଧିକରୁ ଅଧିକ ପୁଂଜି ନିବେଶର ସୁଯୋଗ ସୃଷ୍ଟି କରିବା […]

easy-doing

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 04:02 PM IST

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ନିବେଶ ନେଇ ଥିବା ଜଟିଳ ପ୍ରକ୍ରିୟାର ସରଳୀକରଣ ଓ ନୂଆ ଶିଳ୍ପନୀତି ଅନୁସାରେ ସଂସ୍କାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଚଳିତ ମାସ ଶେଷ ସୁଦ୍ଧା ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଶନିବାର ଶିଳ୍ପ, ରାଜସ୍ୱ, ଶ୍ରମ, ଶକ୍ତି ଓ ଆଇନ୍ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଜ୍ ଅଫ୍ ଡୁଇଂ ବିଜିନେସ୍ କ୍ଷେତ୍ରରେ ରାଜ୍ୟରେ ଅଧିକରୁ ଅଧିକ ପୁଂଜି ନିବେଶର ସୁଯୋଗ ସୃଷ୍ଟି କରିବା ନେଇ ବସିଥିବା ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ସିଙ୍ଗିଲ୍ ୱିଣ୍ଡୋ କ୍ଲିଅରାନ୍ସ, ଲ୍ୟାଣ୍ଡ ରେକର୍ଡ ଡାଟାବେସ୍ ସହ ମଡ୍‌ଗେଜ୍, ଜଙ୍ଗଲ ଓ ପରିବେଶ ମଂଜୁରୀ କ୍ଷେତ୍ରରେ ରାଜ୍ୟରେ ରହିଥିବା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା।

ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ,“ଇଜ୍ ଅଫ୍ ଡୁଇଂ ବିଜିନେସ୍‌ରେ ଭାରତ ସରକାର ଆଉ କିଛି ଅତିରିକ୍ତ ପଏଣ୍ଟ ଯୋଡ଼ିଛନ୍ତି। ଇଜ୍ ଅଫ ଡୁଇଂ ବିଜ୍‌ନେସ୍‌ରେ ଦେଖିବାକୁ ୩୪୦ଟି ପଏଣ୍ଟ ରହିଛି। ସେ ସବୁ ସଂପର୍କରେ ବିଭିନ୍ନ ବିଭାଗ ସହିତ ଆଜିର ବୈଠକରେ ଆଲୋଚନା ହୋଇଥିଲା।”

ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍ କ୍ଷେତ୍ରରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ଥିବା ବେଳେ ଏହାକୁ ପ୍ରଥମ ତିନି ସ୍ଥାନକୁ ଉନ୍ନୀତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Related story