ଭୁବନେଶ୍ୱର: ଆଇଓସିଏଲ୍ ସହ ସୁଧମୁକ୍ତ ଋଣ ନେଇ ରାଜ୍ୟ ସରକାର କରିଥିବା ଚୁକ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। ଗତକାଲି ଏନେଇ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି। ୨୦୦୪ରେ ସୁଧମୁକ୍ତ ଋଣ ନେଇ ରାଜ୍ୟ ସରକାର ଆଇଓସିଏଲ୍ ସହ ଚୁକ୍ତି କରିଥିଲେ।
ଭାଟ୍ ଛାଡ ନେଇ ହୋଇଥିବା ଏହି ଚୁକ୍ତି ଯୋଗୁଁ ରାଜ୍ୟ ସରକାରଙ୍କୁ ୨୨,୭୪୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି,“ଏମ୍ଓୟୁ ଅନୁସାରେ ପ୍ରକଳ୍ପ କାମ ୭ ବର୍ଷ ବିଳମ୍ବରେ ସରିଛି। ଏହାସହ ଆଇଓସିଏଲ୍ ମଧ୍ୟ ଏକତରଫା ଭାବେ ଉତ୍ପାଦନ କ୍ଷମତା ବୃଦ୍ଧି କରିଛି। ଆଇଓସିଏଲ୍ ଲାଭ କରୁଥିବା କମ୍ପାନୀ, ସୁଧମୁକ୍ତ ଋଣର ଆବଶ୍ୟକତା ନାହିଁ।”
ସୂଚନାଯୋଗ୍ୟ ଆଇଓସିଏଲ୍ ଏକତରଫା ଭାବେ ବିଶୋଧନାଗାରର କ୍ଷମତା ବୃଦ୍ଧି କରିଛି। ଏମ୍ଓୟୁରେ ୯ ମିଲିୟନ ଟନ୍ ଉତ୍ପାଦନ କରିବାକୁ ଅନୁମତି ମିଳିଥିବା ବେଳେ ଆଇଓସିଏଲ୍କୁ ଏହାକୁ ବଢାଇ ୧୫ ମିଲିୟନ ଟନ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।