ଶିଳ୍ପସଂସ୍ଥାଙ୍କ ଠାରୁ ଜଳ ସଂରକ୍ଷଣ ପାଣ୍ଠି ଆଦାୟ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ: ବିଭିନ୍ନ ଶିଳ୍ପ ସଂସ୍ଥାଙ୍କ ଠାରୁ ଜଳ ସଂରକ୍ଷଣ ପାଣ୍ଠି ଆଦାୟ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଜଳ ସଂରକ୍ଷଣ ପାଣ୍ଠିକୁ ଫି’ ନ ଦେଲେ ଶିଳ୍ପ ସଂସ୍ଥାଗୁଡିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ୨୦୧୫ ମେ’ ୧୫ ତାରିଖରେ ଜଳ ସଂରକ୍ଷଣ ପାଣ୍ଠି ଗଠନ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ। ଭୂତଳ ଜଳ ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥାମାନଙ୍କ […]

OrissaHighCourt

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 12:51 PM IST

କଟକ: ବିଭିନ୍ନ ଶିଳ୍ପ ସଂସ୍ଥାଙ୍କ ଠାରୁ ଜଳ ସଂରକ୍ଷଣ ପାଣ୍ଠି ଆଦାୟ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଜଳ ସଂରକ୍ଷଣ ପାଣ୍ଠିକୁ ଫି’ ନ ଦେଲେ ଶିଳ୍ପ ସଂସ୍ଥାଗୁଡିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

୨୦୧୫ ମେ’ ୧୫ ତାରିଖରେ ଜଳ ସଂରକ୍ଷଣ ପାଣ୍ଠି ଗଠନ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ। ଭୂତଳ ଜଳ ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥାମାନଙ୍କ ଠାରୁ ଜଳ ସଂରକ୍ଷଣ ପାଣ୍ଠି ଗଠନ ପାଇଁ ଫି’ ଆଦାୟ କରିବାକୁ ଏଥିରେ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ଏକ କ୍ୟୁସେକ ଜଳ ପାଇଁ ଅଢେଇ କୋଟି ଟଙ୍କା ହିସାବରେ ଏକକାଳୀନ ଦେୟ ଦେବାକୁ ସମ୍ପୃକ୍ତ ଶିଳ୍ପ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିଳ୍ପ ସଂସ୍ଥାମାନଙ୍କ ଅଭିଯୋଗ ପରେ ସମୁଦାୟ ଦେୟକୁ ୫ ବର୍ଷ ମଧ୍ୟରେ ୫ଟି କିସ୍ତିରେ ଦେବାକୁ ୨୦୧୫ ନଭେମ୍ୱର ୩ ତାରିଖରେ ସରକାର ନିଷ୍ପତ୍ତି ନେଇଥିଲେ।

କୌଣସି ଟିକସ ଆଦାୟ ପୂର୍ବରୁ ଆଇନର ଆବଶ୍ୟକତା ଥିବା ଦର୍ଶାଇ ହିଣ୍ଡାଲକୋ, ଜିନ୍ଦଲ, ଆଦିତ୍ୟ ଆଲୁମିନା, ଇମ୍ଫା, ଭୂଷଣ, ଆଧୁନିକ ମେଟାଲିକ୍ସ ଓ ଶ୍ୟାମ ମେଟାଲିକ୍ସ ସମେତ ଆଉ କିଛି ଶିଳ୍ପ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଳସମ୍ପଦ ଆଇନ ଅନୁଯାୟୀ ଶିଳ୍ପସଂସ୍ଥାମାନେ ବ୍ୟବହାର କରୁଥିବା ଜଳ ପାଇଁ ଫି’ ଦେଉଥିବା ବେଳେ ଏଭଳି ଦେୟ ଆଦାୟ ବେଆଇନ ବୋଲି ସଂସ୍ଥାଗୁଡିକ ଅଭିଯୋଗ କରିଥିଲେ। ଏଥିପାଇଁ ଆଇନରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି।

Related story