ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କର ନୂଆ କଟକଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆକାଉଣ୍ଟରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନୂଆ କଟକଣା ଜାରି କରିଛି। କେୱାଇସି ଆକାଉଣ୍ଟଧାରୀ ଏହି ଆକାଉଣ୍ଟରୁ ମାସକୁ ୧୦ ହଜାର ଟଙ୍କା ଉଠାଇ ପାରିବେ ଏବଂ ବିନା କେୱାଇସି ଆକାଉଣ୍ଟଧାରୀ ମାସକୁ ୫ହଜାର ଟଙ୍କା ଉଠାଇବାର ନିୟମ ରହିଛି। ଏ ନେଇ ଆରବିଆଇ ପକ୍ଷରୁ ସବୁ ବ୍ୟାଙ୍କକୁ ନୋଟିସ୍‌ ମାଧ୍ୟମରେ ଜଣାଇ ଦିଆଯାଇଛି। ତେବେ ମାସକୁ ୧୦ହଜାର ଟଙ୍କା ଉଠାଇବା ବେଳେ ଆକାଉଣ୍ଟଧାରୀ ବ୍ୟାଙ୍କକୁ ଉଚିତ୍‌ […]

new-cash

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 02:07 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆକାଉଣ୍ଟରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନୂଆ କଟକଣା ଜାରି କରିଛି। କେୱାଇସି ଆକାଉଣ୍ଟଧାରୀ ଏହି ଆକାଉଣ୍ଟରୁ ମାସକୁ ୧୦ ହଜାର ଟଙ୍କା ଉଠାଇ ପାରିବେ ଏବଂ ବିନା କେୱାଇସି ଆକାଉଣ୍ଟଧାରୀ ମାସକୁ ୫ହଜାର ଟଙ୍କା ଉଠାଇବାର ନିୟମ ରହିଛି। ଏ ନେଇ ଆରବିଆଇ ପକ୍ଷରୁ ସବୁ ବ୍ୟାଙ୍କକୁ ନୋଟିସ୍‌ ମାଧ୍ୟମରେ ଜଣାଇ ଦିଆଯାଇଛି।

ତେବେ ମାସକୁ ୧୦ହଜାର ଟଙ୍କା ଉଠାଇବା ବେଳେ ଆକାଉଣ୍ଟଧାରୀ ବ୍ୟାଙ୍କକୁ ଉଚିତ୍‌ ପ୍ରମାଣପତ୍ର ଦେବା ସହ ଟଙ୍କା ନେବା ପଛର କାରଣ କ’ଣ ରହିଛି ତାହା ମଧ୍ୟ ଜଣାଇବାକୁ ପଡ଼ିବ। ଫଳରେ ବ୍ୟାଙ୍କ ମ୍ୟାନେଜର ଚାହିଁଲେ ଆକାଉଣ୍ଟଧାରୀଙ୍କ ଆବଶ୍ୟକତା ଅନୁଯାୟୀ ଟଙ୍କାର ପରିମାଣ ବଢ଼ାଇ ପାରିବେ।

Related story