ଯନ୍ତରମନ୍ତରରେ ମୋଟର ସାଇକଲ କର୍ମଚାରୀ ସଂଘର ଅନଶନ: ୫ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ଯନ୍ତର ମନ୍ତରରେ ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର କର୍ମଚାରୀ ସଂଘ ଗତ ୧୮ଦିନ ହେବ ଆମରଣ ଅନଶନରେ ବସିଛନ୍ତି। ହେଲେ ଏପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ପାଇଁ ଆଗକୁ ଆସି ନାହାନ୍ତି। ଅନଶନ ଯୋଗୁଁ ୫ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଆଜି ଜଣେ କର୍ମଚାରୀ ଅଚେତ ହୋଇଯାଇଥିଲେ। ପୋଲିସ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆର୍‌ଏମ୍‌ଏଲ୍‌ ହସ୍‌ପିଟାଲକୁ ନେଇ ଭର୍ତ୍ତି କରାଇଥିଲା। ଧାରଣା ସ୍ଥଳରେ ବସିଥିବା ଆନ୍ଦୋଳନକାରୀମାନେ ଡେଙ୍ଗୁ, ଚିକୁନଗୁନିଆ, ଟାଇଫଏଡ୍ ପରି […]

honda

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 10:00 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଯନ୍ତର ମନ୍ତରରେ ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର କର୍ମଚାରୀ ସଂଘ ଗତ ୧୮ଦିନ ହେବ ଆମରଣ ଅନଶନରେ ବସିଛନ୍ତି। ହେଲେ ଏପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ପାଇଁ ଆଗକୁ ଆସି ନାହାନ୍ତି। ଅନଶନ ଯୋଗୁଁ ୫ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଆଜି ଜଣେ କର୍ମଚାରୀ ଅଚେତ ହୋଇଯାଇଥିଲେ। ପୋଲିସ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆର୍‌ଏମ୍‌ଏଲ୍‌ ହସ୍‌ପିଟାଲକୁ ନେଇ ଭର୍ତ୍ତି କରାଇଥିଲା।

ଧାରଣା ସ୍ଥଳରେ ବସିଥିବା ଆନ୍ଦୋଳନକାରୀମାନେ ଡେଙ୍ଗୁ, ଚିକୁନଗୁନିଆ, ଟାଇଫଏଡ୍ ପରି ରୋଗରେ ପୀଡିତ ଥିବା ଜଣାପଡିଛି।

Related story