ଜିଓର ପୁଣି ଏକ ଝଟକା: ସବୁଠୁ ଶସ୍ତା ୧୯ ଟଙ୍କିଆ ପ୍ଲାନ୍ ବନ୍ଦ

କିଛି ଦିନ ପୂର୍ବରୁ ଜିଓ ତାର ଧନାଧନ ପାୱାର ପ୍ୟାକର ମୁଲ୍ୟକୁ ୩୯୯ଟଙ୍କାରୁ ୪୫୯ଟଙ୍କାକୁ ବଢ଼ାଇ ପ୍ରାଇମ୍‌ ମେମ୍ବରମାନଙ୍କୁ ଝଟକା ଦେଇଥିଲା। ଏହାପରେ ଇଣ୍ଟରନେଟ୍ ସ୍ପିଡକୁ କମାଇ ଦେଲା। ଏବେ ପୁଣି ଥରେ ଦେଇଛି ଆଉ ଏକ ଝଟକା। ଜିଓ ତାର ସବୁଠୁ ଶସ୍ତା ପ୍ଲାନକୁ ବନ୍ଦ କରିଦେଇଛି। ଜିଓ ତାର ୧୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ବନ୍ଦ କରି ଦେଇଛି। ବର୍ତ୍ତମାନ ଜିଓର ଆଉ ଦିନିକିଆ ବୈଧତା ଯୁକ୍ତ କୌଣସି ପ୍ଲାନ୍‌ ନାହିଁ।  ଏବେ ଏହାର […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 02:50 PM IST

କିଛି ଦିନ ପୂର୍ବରୁ ଜିଓ ତାର ଧନାଧନ ପାୱାର ପ୍ୟାକର ମୁଲ୍ୟକୁ ୩୯୯ଟଙ୍କାରୁ ୪୫୯ଟଙ୍କାକୁ ବଢ଼ାଇ ପ୍ରାଇମ୍‌ ମେମ୍ବରମାନଙ୍କୁ ଝଟକା ଦେଇଥିଲା। ଏହାପରେ ଇଣ୍ଟରନେଟ୍ ସ୍ପିଡକୁ କମାଇ ଦେଲା। ଏବେ ପୁଣି ଥରେ ଦେଇଛି ଆଉ ଏକ ଝଟକା। ଜିଓ ତାର ସବୁଠୁ ଶସ୍ତା ପ୍ଲାନକୁ ବନ୍ଦ କରିଦେଇଛି।

ଜିଓ ତାର ୧୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ବନ୍ଦ କରି ଦେଇଛି। ବର୍ତ୍ତମାନ ଜିଓର ଆଉ ଦିନିକିଆ ବୈଧତା ଯୁକ୍ତ କୌଣସି ପ୍ଲାନ୍‌ ନାହିଁ।  ଏବେ ଏହାର ସବୁଠୁ ଶସ୍ତା ପ୍ଲାନର ମୂଲ୍ୟ ହେଉଛି ୫୨ ଟଙ୍କା। ଏହି ଯୋଜନା ଅନୁଯାୟୀ ସାତଦିନର ବୈଧତା ସହ ଫ୍ରି ଭଏସ୍‌ କଲ୍‌, ଅନଲିମିଟେଡ୍‌ ଇଣ୍ଟରନେଟ୍ ଓ ଜିଓ ଆପ୍‌ର ସେବା ମିଳିବ।

କେବଳ ଏତିକି ନୁହେଁ, ଜିଓ ତାର ୩୯୯ ଟଙ୍କାର ପ୍ଲାନ୍‌ର ବୈଧତାକୁ ୮୪ ଦିନରୁ କମାଇ ୭୦ ଦିନ କରି ଦେଇଛି, ଯାହାକି ବର୍ତ୍ତମାନ ୩୯୯ରୁ ୪୫୯ ଟଙ୍କାକୁ ବଢ଼ିଯାଇଛି।

Related story