ଓଡ଼ିଶା ବଜାରରେ ୩୦ ପ୍ରତିଶତ ଅଂଶ ଦଖଲ କଲା ରିଲାଏନ୍ସ ଜିଓ : ‘ଟ୍ରାଇ’ ଦେଲା ସୂଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ଚ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଉତ୍କଷ୍ଟ ରେକର୍ଡକୁ ବଜାୟ ରଖିପାରିଛି। ୨୦୧୯ ମେ’ ମାସରେ ୩.୧୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ସହିତ ଯୋଡ଼ି ହୋଇଛନ୍ତି। ଏହାକୁ ମିଶାଇ ୩୦ ପ୍ରତିଶତ ଗ୍ରାହକ ଜିଓ ସହିତ ଯୋଡ଼ି ହୋଇଛନ୍ତି ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟରୁ ଜଣାପଡ଼ିଛି। ୨୦୧୯ ମେ’ରେ ଜିଓର ସର୍ବାଧିକ ୩.୧୫ ଲକ୍ଷ ଗ୍ରାହକ ଥିବା ବେଳେ […]

jio-final

Puspanjali Panda
  • Published: Tuesday, 23 July 2019
  • , Updated: 23 July 2019, 02:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ଚ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଉତ୍କଷ୍ଟ ରେକର୍ଡକୁ ବଜାୟ ରଖିପାରିଛି।
୨୦୧୯ ମେ’ ମାସରେ ୩.୧୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ସହିତ ଯୋଡ଼ି ହୋଇଛନ୍ତି। ଏହାକୁ ମିଶାଇ ୩୦ ପ୍ରତିଶତ ଗ୍ରାହକ ଜିଓ ସହିତ ଯୋଡ଼ି ହୋଇଛନ୍ତି ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟରୁ ଜଣାପଡ଼ିଛି।

୨୦୧୯ ମେ’ରେ ଜିଓର ସର୍ବାଧିକ ୩.୧୫ ଲକ୍ଷ ଗ୍ରାହକ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତୀ ଏୟାରଟେଲ୍ ର ମାତ୍ର ୨୩୪୫ ଗ୍ରାହକ ରହିଛନ୍ତି ବୋଲି ଜଣାପଡ଼ିଛି।

ଏହି ମାସରେ ଅନ୍ୟ ସବୁ ମୋବାଇଲ ସେବା ପ୍ରଦାନକାରୀ ଗ୍ରାହକ ହରାଇଥିବା ବେଳେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧.୮୩ ଲକ୍ଷ ବୃଦ୍ଧି ଘଟିଥିବା ଟ୍ରାଇ ଉଲ୍ଳେଖ କରିଛି।

୨୦୧୯ ମେ’ ମାସ ପାଇଁ ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ଗ୍ରାହକ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ରିଲାଏନ୍ସ ଜିଓ ଭାରତୀ ଏୟାରଟେଲ୍ଦକୁ ପଛରେ ପକାଇ ଗ୍ରାହକ ସଂଖ୍ୟାରେ ଦେଶର ଦ୍ୱିତୀୟ ବୃହତ ମୋବାଇଲ୍ ସେବା ପ୍ରଦାନକାରୀ ହୋଇପାରିଛି।

୨୦୧୯ ମେ’ ୩୧ ସୁଦ୍ଧା ଦେଶରେ ଜିଓର ଗ୍ରାହକ ବଜାର ଅଂଶ ୨୭.୮ପ୍ରତିଶତକୁ ବୃଦ୍ଧି ପାଇବା ସହ ଜିଓର ମୋଟ ଗ୍ରାହକ ସଂଖ୍ୟା ୩୨.୨୯ କୋଟିରେ ପହଂଚିଛି ବୋଲି ‘ଟ୍ରାଇ’ ରିପୋର୍ଟରେ ଦର୍ଶାଯାଇଛି।
ଏହି ତଥ୍ୟ ଅନୁଯାୟୀ, ମେ’ ମାସରେ ଜିଓ ସାରା ଦେଶରେ ସର୍ବାଧିକ ୮୧.୮ ଲକ୍ଷରୁ ଅଧିକ ମୋବାଇଲ୍ଇ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍୯ ଆଇଡିଆ ଏହି ମାସରେ ପାଖାପାଖି ୫୭ ଲକ୍ଷ ଗ୍ରାହକ ହରାଇଛି ଏବଂ ଏହା ପଛକୁ ଭାରତୀ ଏୟାରଟେଲ୍ଆ ସମାନ ଅବଧିରେ ୧୫ ଲକ୍ଷ ଗ୍ରାହକଙ୍କୁ ହରାଇଛି।

Related story