ଜେଏସ୍‌ପିଏଲ୍‌କୁ ରାମଚଣ୍ଡୀ କୋଇଲା ଖଣି ଆବଣ୍ଟନରେ କୌଣସି ଅନିୟମିତତା ହୋଇନାହିଁ: ସିଭିସି

ଭୁବନେଶ୍ୱର: ରାମଚଣ୍ଡୀ କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ଜେଏସ୍‌ପିଏଲ୍‌କୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) କ୍ଲିନ୍‌ଚିଟ୍‌ ଦେଇଛି। ଏହି କୋଲ ବ୍ଲକ ଆବଣ୍ଟନରେ କୌଣସି ଅନିୟମିତତା ହୋଇ ନ ଥିବା ସିଭିସି ସ୍ପଷ୍ଟ କରିଛି। ପୂର୍ବରୁ ସିବିଆଇ ମଧ୍ୟ ଏହି କୋଲ ବ୍ଲକ ଆବଣ୍ଟନରେ ଅନିୟମିତତା ହୋଇ ନ ଥିବା କହି ଜେଏସ୍‌ପିଏଲ୍‌କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଜେଏସ୍‌ପିଏଲ୍‌କୁ ରାମଚଣ୍ଡୀ କୋଲବ୍ଲକ ଆବଣ୍ଟନ ବେଳେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। […]

jspl

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 10:20 PM IST

ଭୁବନେଶ୍ୱର: ରାମଚଣ୍ଡୀ କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ଜେଏସ୍‌ପିଏଲ୍‌କୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) କ୍ଲିନ୍‌ଚିଟ୍‌ ଦେଇଛି। ଏହି କୋଲ ବ୍ଲକ ଆବଣ୍ଟନରେ କୌଣସି ଅନିୟମିତତା ହୋଇ ନ ଥିବା ସିଭିସି ସ୍ପଷ୍ଟ କରିଛି।

ପୂର୍ବରୁ ସିବିଆଇ ମଧ୍ୟ ଏହି କୋଲ ବ୍ଲକ ଆବଣ୍ଟନରେ ଅନିୟମିତତା ହୋଇ ନ ଥିବା କହି ଜେଏସ୍‌ପିଏଲ୍‌କୁ କ୍ଲିନ୍‌ଚିଟ୍‌ ଦେଇଥିଲା।

ଜେଏସ୍‌ପିଏଲ୍‌କୁ ରାମଚଣ୍ଡୀ କୋଲବ୍ଲକ ଆବଣ୍ଟନ ବେଳେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ତଦନ୍ତକାରୀ ସଂସ୍ଥାର ତଦନ୍ତ ରିପୋର୍ଟକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଆସନ୍ତା ୨ ତାରିଖରେ ଏ ସମ୍ପର୍କିତ ଚୂଡ଼ାନ୍ତ ଶୁଣାଣି ହେବ।

ତାଳଚେର ଠାରେ କୋଲ୍‌-ଟୁ-ଲିକ୍ୟୁଡ ପ୍ରୋଜେକ୍ଟ କରିବା ନେଇ ରାମଚଣ୍ଡି କୋଲ୍‌ ବ୍ଲକ ଆବଣ୍ଟନ ହୋଇଥିଲା।

Related story