ଜୁନରେ ବଜାଜ ଅଟୋର ବିକ୍ରି ୮% ବଢ଼ିଛି

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ମାସରେ ବଜାଜ୍ ଅଟୋ ୩,୩୧,୩୧୭ଟି ଗାଡ଼ି ବିକ୍ରି କରିଛି। ଆଉ ଏହା ୨୦୧୪ ଜୁନ୍ ମାସ ଅପେକ୍ଷା ୮% ଅଧିକ। ଗତବର୍ଷ ଏହି ସମୟରେ ବଜାଜ ଅଟୋ ୩,୦୪,୪୬୫ଟି ଗାଡ଼ି ବିକ୍ରି କରିଥିଲେ। ଏହି ମାସରେ କଂପାନୀର ଦୁଇ ଚକିଆ ଯାନ ବିକ୍ରି ସଂଖ୍ୟା ୧୦% ବଢ଼ିଛି। ଚଳିତ ବର୍ଷ ଜୁନ୍ ମାସରେ ବଜାଜ ଅଟୋର ୨,୮୭,୫୮୨ଟି ଦୁଇ ଚକିଆ ଯାନ ବିକ୍ରି ହୋଇଛି। ୨୦୧୪ରେ ଏହି ମାସରେ କଂପାନୀ ୨,୬୨,୨୦୨ଟି […]

bajaj

bajaj

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 09:11 AM IST

Sports

Latest News

bajajନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ମାସରେ ବଜାଜ୍ ଅଟୋ ୩,୩୧,୩୧୭ଟି ଗାଡ଼ି ବିକ୍ରି କରିଛି। ଆଉ ଏହା ୨୦୧୪ ଜୁନ୍ ମାସ ଅପେକ୍ଷା ୮% ଅଧିକ। ଗତବର୍ଷ ଏହି ସମୟରେ ବଜାଜ ଅଟୋ ୩,୦୪,୪୬୫ଟି ଗାଡ଼ି ବିକ୍ରି କରିଥିଲେ।

ଏହି ମାସରେ କଂପାନୀର ଦୁଇ ଚକିଆ ଯାନ ବିକ୍ରି ସଂଖ୍ୟା ୧୦% ବଢ଼ିଛି। ଚଳିତ ବର୍ଷ ଜୁନ୍ ମାସରେ ବଜାଜ ଅଟୋର ୨,୮୭,୫୮୨ଟି ଦୁଇ ଚକିଆ ଯାନ ବିକ୍ରି ହୋଇଛି। ୨୦୧୪ରେ ଏହି ମାସରେ କଂପାନୀ ୨,୬୨,୨୦୨ଟି ବାଇକ୍ ବିକ୍ରି କରିଥିଲା।

ସେହିପରି ଗତ ବର୍ଷକ ମଧ୍ୟରେ ବଜାଜ ଅଟୋର କମର୍ସିଆଲ୍ ଭେହିକିଲର ବିକ୍ରିରେ ୧% ବୃଦ୍ଧି ଘଟିଛି। ୨୦୧୪ ଜୁନ୍ ମାସରେ କଂପାନୀ ୪୩,୨୬୩ଟି କମର୍ସିଆଲ୍ ଭେହିକିଲ୍ ବିକ୍ରି କରିଥିଲା। ଚଳିତ ବର୍ଷ ଜୁନ୍ ମାସରେ କଂପାନୀର ଏହି ବିକ୍ରି ୪୩,୭୩୫ ରହିଥିଲା।

କଂପାନୀର ରପ୍ତାନୀରେ ଗତ ବର୍ଷକ ମଧ୍ୟରେ ଆଖି ଦୃଶିଆ ବୃଦ୍ଧି ଘଟିଛି। ଗତ ବର୍ଷ ଜୁନ୍ ମାସରେ କଂପାନୀ ୧,୩୫,୦୭୪ଟି ଗାଡ଼ି ରପ୍ତାନୀ କରିଥିଲା। ଅନ୍ୟପକ୍ଷରେ ଚଳିତ ବର୍ଷ ଏହି ସମୟରେ କଂପାନୀର ଗାଡ଼ି ରପ୍ତାନୀ ସଂଖ୍ୟା ୧,୫୬,୦୭୪କୁ ବୃଦ୍ଧି ପାଇଛି। ଅର୍ଥାତ କଂପାନୀର ରପ୍ତାନୀରେ ୧୬% ବୃଦ୍ଧି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos