କଞ୍ଚାମାଲ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଗ୍ରୁପ ସିଇଓ

ଭୁବନେଶ୍ୱର: କଞ୍ଚାମାଲ ସମସ୍ୟା ନେଇ ବେଦାନ୍ତ ଗ୍ରୁପ୍ ସିଇଓ ଟମ୍ ଆଲବାନିଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ସନ୍ଧ୍ୟାରେ ଭେଟିଛନ୍ତି । ଟମଙ୍କ ନେତୃତ୍ୱେରେ ଏକ ୫ ଜଣିଆ ଟିମ୍ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବକ୍ସାଇଟ୍ ଅଭାବ ଯୋଗୁଁ ବେଦାନ୍ତର ଲାଞ୍ଜିଗଡ଼ ସ୍ଥିତ ଆଲୁମିନା ରିଫାଇନାରୀକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ କମ୍ପାନୀ ନିକଟରେ ଘୋଷଣା କରିଥିଲା। ଆଜିର ଆଲୋଚନାରେ ମୁଖ୍ୟତଃ ନିୟମଗିରି ବାଦ୍ କେଉଁ ସୂତ୍ରରୁ କମ୍ପାନୀକୁ ବକ୍ସାଇଟ୍ ଯୋଗାଇ ଦିଆଯାଇ […]

tom albanese

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 01:54 PM IST

ଭୁବନେଶ୍ୱର: କଞ୍ଚାମାଲ ସମସ୍ୟା ନେଇ ବେଦାନ୍ତ ଗ୍ରୁପ୍ ସିଇଓ ଟମ୍ ଆଲବାନିଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ସନ୍ଧ୍ୟାରେ ଭେଟିଛନ୍ତି । ଟମଙ୍କ ନେତୃତ୍ୱେରେ ଏକ ୫ ଜଣିଆ ଟିମ୍ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବକ୍ସାଇଟ୍ ଅଭାବ ଯୋଗୁଁ ବେଦାନ୍ତର ଲାଞ୍ଜିଗଡ଼ ସ୍ଥିତ ଆଲୁମିନା ରିଫାଇନାରୀକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ କମ୍ପାନୀ ନିକଟରେ ଘୋଷଣା କରିଥିଲା। ଆଜିର ଆଲୋଚନାରେ ମୁଖ୍ୟତଃ ନିୟମଗିରି ବାଦ୍ କେଉଁ ସୂତ୍ରରୁ କମ୍ପାନୀକୁ ବକ୍ସାଇଟ୍ ଯୋଗାଇ ଦିଆଯାଇ ପାରିବ ତା’ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

Related story