କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ନବୀନ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଖଣି, କୋଇଲା ଓ ଶକ୍ତି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ଏ ସବୁର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ନବୀନ କହିଛନ୍ତି। ପୀୟୁଷ ଗୋଏଲ କହିଛନ୍ତି,“ଓଡ଼ିଶାରେ ଖଣି ଖନନ ପାଇଁ ମାଇନିଂ କ୍ଲିୟରାନ୍ସ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମାଇନିଂ ଲିଜ୍‌ ମଞ୍ଜୁରୀ ପାଇଁ ଆସନ୍ତା ଜାନୁଆରୀ […]

cm

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 11:04 PM IST

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଖଣି, କୋଇଲା ଓ ଶକ୍ତି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ଏ ସବୁର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ନବୀନ କହିଛନ୍ତି।

ପୀୟୁଷ ଗୋଏଲ କହିଛନ୍ତି,“ଓଡ଼ିଶାରେ ଖଣି ଖନନ ପାଇଁ ମାଇନିଂ କ୍ଲିୟରାନ୍ସ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମାଇନିଂ ଲିଜ୍‌ ମଞ୍ଜୁରୀ ପାଇଁ ଆସନ୍ତା ଜାନୁଆରୀ ୧୧ ଶେଷ ତାରିଖ ଥିବାରୁ ଏ ସମ୍ପର୍କିତ ଅଧିକାଂଶ ପ୍ରସଙ୍ଗ ସମାଧାନ କରଯାଇଛି। ସେହିପରି ରାଜ୍ୟରେ ଖଣିଜ କ୍ଷେତ୍ରର ବିକାଶ ସହ କୋଇଲା ଉତ୍ପାଦନ ବୃଦ୍ଧି ଓ ରାଜର ସବୁ ଘରକୁ ବିଜୁଳି ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ।”

Related story