ଖଣି ଗୁଡିକରେ ଚାଲିଥିବା ଅପରେସ୍‌ନର ହେବ ଷ୍ଟାର ରେଟିଂ ସିଷ୍ଟମ୍

ଭୁବନେଶ୍ୱର: ଖଣି ଗୁଡିକରେ ଚାଲିଥିବା ଅପରେସ୍‌ନର ଷ୍ଟାର ରେଟିଂ ସିଷ୍ଟମ ହେବ। ଯାହାର ଡ୍ରାଫ୍ଟ ଫର୍ମାଟ ଇଣ୍ଡିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍ସ (ଆଇବିଏମ୍‌) ପ୍ରସ୍ତୁତ କରୁଛନ୍ତି। ଏହି ଡ୍ରାଫ୍ଟ ଫର୍ମାଟ୍‌ ସବୁ ରାଜ୍ୟର ଖଣି ଅଧିକାରୀଙ୍କୁ ଦିଆଯାଇ ଫିଡ୍‌ବ୍ୟାକ୍‌ ମଗାଯାଇଛି। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଖଣି ଅଧିକାରୀଙ୍କ ବୈଠକ ପରେ ରାଜ୍ୟ ଖଣି ନିର୍ଦ୍ଦେଶକ ଦୀପକ୍‌ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବିଭିନ୍ନ ଖଣିରେ ଲିଜ୍‌ ହୋଲ୍ଡର ଆଇନ ଅନୁସାରେ ଖଣି ଖନନ କରୁଛନ୍ତି […]

mines

Rakesh Mallick
  • Published: Wednesday, 06 April 2016
  • , Updated: 07 April 2016, 03:13 AM IST

ଭୁବନେଶ୍ୱର: ଖଣି ଗୁଡିକରେ ଚାଲିଥିବା ଅପରେସ୍‌ନର ଷ୍ଟାର ରେଟିଂ ସିଷ୍ଟମ ହେବ। ଯାହାର ଡ୍ରାଫ୍ଟ ଫର୍ମାଟ ଇଣ୍ଡିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍ସ (ଆଇବିଏମ୍‌) ପ୍ରସ୍ତୁତ କରୁଛନ୍ତି। ଏହି ଡ୍ରାଫ୍ଟ ଫର୍ମାଟ୍‌ ସବୁ ରାଜ୍ୟର ଖଣି ଅଧିକାରୀଙ୍କୁ ଦିଆଯାଇ ଫିଡ୍‌ବ୍ୟାକ୍‌ ମଗାଯାଇଛି।

ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଖଣି ଅଧିକାରୀଙ୍କ ବୈଠକ ପରେ ରାଜ୍ୟ ଖଣି ନିର୍ଦ୍ଦେଶକ ଦୀପକ୍‌ ମହାନ୍ତି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବିଭିନ୍ନ ଖଣିରେ ଲିଜ୍‌ ହୋଲ୍ଡର ଆଇନ ଅନୁସାରେ ଖଣି ଖନନ କରୁଛନ୍ତି କି ନାହିଁ ସେ ନେଇ ମୁଁ ଏକ ରିପୋର୍ଟ ପ୍ରସ୍ତୁତ କରିବି। ଯାହାକୁ ତୃତୀୟ ପକ୍ଷ ସମୀକ୍ଷା କରି ରେଟିଂ ଦେବ। ଏଥିସହ କେନ୍ଦ୍ର ଖଣି ମନ୍ତ୍ରଣାଳୟରେ ବସିଥିବା ବୈଠକରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଓ ନୂଆ ଖଣି ଅକ୍ସନ ନେଇ ମଧ୍ୟ ଆଲୋଚନା ହୋଇଛି। ନୂଆ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଓ ଏହାର ପ୍ରୋସେସ୍‌ ପାଇଁ ଗଠନ ହେବାକୁ ଥିବା କମିଟି ଲାଗି ସବୁ ରାଜ୍ୟ ସରକାରଙ୍କୁ ନିଜସ୍ୱ ପ୍ରତିନିଧୀ ଦେବାକୁ କୁହାଯାଇଛି।”

Related story