ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମୀ ସମ୍ପର୍କିତ ବୈଷୟିକ କମିଟିର ପ୍ରଥମ ବୈଠକ ସୋମବାର ବସିଥିଲା। ଖଣି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଲାମୀରେ ଭାଗ ନେବା ପାଇଁ ଆବେଦନ କରିଥିବା କମ୍ପାନୀର ବୈଷୟିକ ତଥ୍ୟ ଯାଞ୍ଚ କରିଛି। ସଂଶୋଧିତ ଏମ୍ଏମ୍ଡିଆର୍ ଆକ୍ଟ ଅନୁସାରେ ଖଣି ନିଲାମୀରେ ଭାଗ ନେବା ପାଇଁ ସଠିକ୍ ଯୋଗ୍ୟତା ରହିଛି ନା ନାହିଁ ସେ ନେଇ ଅନୁଧ୍ୟାନ କରିଥିଲା କମିଟି।
ପୂର୍ବରୁ ରାଜ୍ୟର ପ୍ରଥମ ଖଣି ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୁନ୍ଦରଗଡ଼ର ଘେରାବୁରାଣୀ-ସାଗସାହି ଲୁହାପଥର ଖଣିର ବିଡିଂ ଖୋଲାଯାଇଥିଲା। ଏଥିପାଇଁ ୭ ଜଣ କମ୍ପାନୀ ଆବେଦନ କରିଥିଲେ। ଆବେଦନ କରିଥିବା କମ୍ପାନୀ ମଧ୍ୟରେ ଅଛନ୍ତି ଭୂଷଣ, ଟାଟାଷ୍ଟିଲ୍,,ଜେସ୍ପିଏଲ୍, ଏସ୍ଆର୍ ଏବଂ ଆର୍ଆଇଏନ୍ଆଇ ବୈଷୟିକ କମିଟି ଏସବୁ କମ୍ପାନୀର ଯୋଗ୍ୟତା ଯାଞ୍ଚ କରିବ। ଆସନ୍ତା ୨୫ ତାରିଖରେ ଯୋଗ୍ୟ ବିଡରଙ୍କ ନାଁ ଘୋଷଣା କରାଯିବ।